କନକ ବ୍ୟୁରୋ: ୨୦୨୩ ଏସିଆକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ହେଲେ ଟିମ ଇଣ୍ଡିଆ ପାଇଁ ଏବେ ଓପନିଂକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରୋହିତ ଶର୍ମା, ଇଶାନ କିଷାନ ଓ ଶୁଭମନ ଗିଲ ଏହି ରେସରେ ଆଗରେ ରହିଛନ୍ତି । ହେଲେ ଏହା ସ୍ପଷ୍ଟ ଯେ, ଏସିଆ କପରେ ଯେଉଁ ଯୋଡି ଓପନିଂ କରିବେ ସେ ବିଶ୍ୱକପରେ ବି ଓପନିଂ କରୁଥିବାର ନଜର ଆସିବେ । ତେବେ ଏହି ୩ ଓପନର ଏବେ ଭାରତ ପାଇଁ ଭଲ ବିକଳ୍ପ ରହିଛନ୍ତି ।

Advertisment

କିଛି ଦିନ ପୂର୍ବରୁ ନମ୍ବର ୪ରେ କିଏ ଖେଳିବ? ୫ ନମ୍ବରରେ କିଏ ଖେଳିବ? ଏହି ଦୁଇ ସ୍ଥାନକୁ ନେଇ ଭାରତ ଦ୍ୱନ୍ଦରେ ରହିଥିବାବେଳେ ଓବେ ଓପନିଂକୁ ନେଇ ସେହି ସମାନ ସଙ୍କଟ ଦେଖିବାକୁ ମିଳିଛି । ଏବେ ପ୍ରଶ୍ନ ଉଠୁଛି ୱେଷ୍ଟଇଣ୍ଡିଜ ଗସ୍ତରେ ଇଶାନ କିଷାନ ଯେଉଁଭଳି ପ୍ରଦର୍ଶନ କରିଥିଲେ ତାହାକୁ ନଜରରେ ରଖି କଣ ତାଙ୍କୁ ଓପନିଂ ଦିଆଯିବ କି? ଯଦି ଦିଆଗଲା ତ ଗିଲ ଆଉ ରୋହିତଙ୍କ ଭିତରୁ ଜଣଙ୍କୁ ଓପନିଂ ଛାଡିବାକୁ ପଡିବ । ଏହି ୩ ଜଣ ହିଁ ଏବେ ଓପନିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଏହା ଆମେ କହୁନୁ ଏହା ୨୦୧୯ ପରର ରେକର୍ଡ ହିଁ କହୁଛି ।