କନକ ବ୍ୟୁରୋ: ସଙ୍ଗୀତ ଦୁନିଆଁର ପରିଚିତ ଚେହେରା ତଥା ସିଙ୍ଗର ମିକା ସିଂ ବର୍ତ୍ତମାନ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ ବର୍ତ୍ତମାନ ଏକ ଟିଭି ଶୋ’- ସ୍ୱୟଂବର-ମିକା ଦି ବୋହତୀ’ ରେ ନିଜ ବିବାହ ପାଇଁ କନ୍ୟା ଖୋଜିବାକୁ ଚର୍ଚ୍ଚାରେ ଅଛନ୍ତି । ଏନେଇ ମିକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଘୋଷଣା କରିଛନ୍ତି ।
ଏକ ସାକ୍ଷାତକାରରେ ମିକା କହିଛନ୍ତି, ତାଙ୍କୁ ବିବାହ ପାଇଁ ଗତ ୨୦ ବଷ ର୍ମଧ୍ୟରେ ୧୦୦ରୁ ୧୫୦ଟି ପ୍ରସ୍ତାବ ଆସିସାରିଲାଣି । ହେଲେ ସେ ଏସବୁ ପ୍ରସ୍ତାବକୁ ମନା କରିଦେଇଥିଲେ । ସେତେବେଳେ ବାହାଘର ପାଇଁ ପ୍ରସ୍ତୁତ ନଥିଲେ । ଏହାସହ ସେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଚାହିଁଥିଲେ । କିନ୍ତୁ ଏବେ ସେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଶୋ’ ମାଧ୍ୟମରେ ନିଜ ଜୀବନସାଥୀ ଖୋଜିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ମିକା କହିଛନ୍ତି ଯେ, ଲୋକମାନେ ଭାବନ୍ତି କି ସେ ଅନେକ ଝିଅଙ୍କୁ ନେଇ ପାର୍ଟି ଏବଂ ଟାଇମ ପାସ୍ ବିତାଇବାକୁ ଚାହାଁନ୍ତି । ଯାହା ସମ୍ପୂର୍ଣ୍ଣ ମାତ୍ରାରେ ଭୁଲ ।
ତାଙ୍କର ଏତେ ସାହାସ ନାହିଁ କି ସେ ତାଙ୍କ ବଡ ଭାଇ ଦଲେର ମେହେନ୍ଦୀ ଓ ପରିବାର ଆଗକୁ ଗାର୍ଲଫ୍ରେଣ୍ଡ ନେଇ ଆସିବେ । ତାଙ୍କ ପରମ୍ପରାରେ ଝିଅଙ୍କୁ ସମ୍ମାନ ଦିଆଯାଏ । ତେବେ ଭାଇ କହିବାରୁ ସେ ତାଙ୍କ ପାଇଁ ଝିଅ ଖୋଜିବାକୁ ଏବେ ପ୍ରସ୍ତୁତ ଅଛନ୍ତି । ମିକାଙ୍କୁ ଏବେ ୪୪ ବର୍ଷ ବୟସ , ସେ ଶୋ’ ଜରିଆରେ ଭଲ ଝିଅ ଖୋଜି ବିବାହ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।