ବସ୍ତାରେ ଜମୁଛି ତ୍ରିମୁଖୀ ଲଢେଇ । ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ । କିଏ ମାରିବ ବାଜି?

162

କନକ ବ୍ୟୁରୋ: ବସ୍ତାରେ ଜମୁଛି ତ୍ରିମୁଖୀ ଲଢେଇ । ମଇଦାନରେ ଜୋରଦାର ପ୍ରଚାର କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଏବଂ କଂଗ୍ରେସ । ବାଲେଶ୍ୱର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳି । ଉପକୂଳ ଓଡିଶାର ଏକ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସବୁ ସମୟରେ ସରଗରମ ହୋଇ ରହିଥାଏ । ଚଳିତ ୨୦୨୪ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଜୁନ ୧ ତାରିଖରେ ମତଦାନ କରାଯିବ । ସେଥିପାଇଁ ଚାଲିଛି ଜୋରଦାର ପ୍ରଚାର । ଏହି ପ୍ରଚାରରେ ସାମିଲ ହୋଇଛନ୍ତି ସମର୍ଥକଙ୍କ ସହ ଷ୍ଟାର ପ୍ରଚାରକ । ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ ଭିକ୍ଷା । ଭୋଟର ମାନଙ୍କୁ ଅକୃଷ୍ଟ କରିବା ପାଇଁ ରୋଡ ସୋ’ କରିବା ସହିତ ଘର ଘର ବୁଲି ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଛନ୍ତି । ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଓ ବିଜେପି ପ୍ରଚାର କରୁଥିବା ବେଳେ କଂଗ୍ରେସ ମଧ୍ୟ ନିଜ ପ୍ରଚାର ଜାରି ରଖିଛି । ଚଳିତଥର ବିକାଶକୁ ମୁଦ୍ଦା କରି ଲଢେଇ ଜାରି ରହିଛି ।

ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୨ ହଜାର ୩୨୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୪ ହଜାର ୭୨୯ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୧୭ ହଜାର ୫୬୮ ଜଣ ମହିଳା ଭୋଟର ରହିଛନ୍ତି । ତେବେ ମଇଦାନରେ ଅନ୍ୟ ଦଳ ଭଳି କଂଗ୍ରେସ ମଧ୍ୟ ନିଜ ପ୍ରୟାସ ଜାରି ରଖିଛିା । ତେବେ ବସ୍ତାରେ ଗଡ଼ କିଏ ଜିତୁଛି ? ବାଜି କିଏ ମାରୁଛି ? ତା ଉପରେ ରହିଛି ସମସ୍ତଙ୍କ ନଜର ।