କନକ ବ୍ୟୁରୋ: ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ଆଜି ନାଁ ଘୋଷଣା କରିପାରେ ବିଜେଡି । କୁହାଯାଉଛି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ସରିବା ପରେ ଦଳ ନାଁ ଘୋଷଣା କରିପାରେ । ଓଡିଶାରୁ ଖାଲି ହୋଇଥିବା ୪ଟି ରାଜ୍ୟସାଭ ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି, ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି । ଏହି ୪ ଆସନ ଦଖଲ କରିବାକୁ ରାଣନୀତି ବନାଇ ମୋଟ୍ ୧୨ ସେଟ ପ୍ରାର୍ଥିପତ୍ର ନେଇଛି ବିଜୁ ଜନତା ଦଳ । ଚର୍ଚ୍ଚା ହେଉଛି ୪ଟିରୁ ୨ଟି ଆସନରେ ମହିଳାଙ୍କୁ ପଠାଇ ଜାତୀୟ ରାଜନୀତିରେ ମହିଳା କାର୍ଡ ଖେଳିପାରନ୍ତି ବିଜେଡି ସୁପ୍ରିମୋ । ଏପରିକି ରାଜ୍ୟସଭାରେ ବର୍ତମାନ ଜଣେ ମହିଳା ସାଂସଦ ଅଛନ୍ତି । ତେଣୁ ଆଉ ୨ ଚେହେରାଙ୍କୁ ପଠାଇ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ନବୀନ ପାଳନ କରିପାରନ୍ତି ବୋଲି କୁହାଯାଉଛି ।