କନକ ବ୍ୟୁରୋ: ଆଇପିଏଲ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ଲେ ଅଫ ମ୍ୟାଚ ସମୟରେ ଯଦି ବର୍ଷା ହୁଏ କିମ୍ବା ଅନ୍ୟ କୌଣସି କାରଣରୁ ଖେଳ ନହୁଏ ତେବେ ଏହାର ଫଳାଫଳ କିପରି ବାହାରିବ, ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ନିୟମ ।

Advertisment

ଆଇପିଏଲ ତରଫରୁ କୁହାଯାଇଛି ଯେ ଯଦି ପ୍ଲେ ଅଫ ମ୍ୟାଚ ବେଳେ ଏଭଳି ସ୍ଥିତି ଉପୁଜେ ତେବେ ସୁପର ଓଭର ସାହାଯ୍ୟରେ ବିଜେତା ଚୟନ କରାଯିବ । ଏହି ନିୟମ କେବଳ ପ୍ଲେଅଫର କ୍ୱାଲିଫାୟାର-୧, ଏଲୁମିନେଟର ଓ କ୍ୱାଲିଫାୟାର-୨ ପାଇଁ ଲାଗୁ ହେବ । କାରଣ ଏହି ମ୍ୟାଚ ଗୁଡିକ ପାଇଁ କୌଣସି ରିଜର୍ଭ ଡେ ରହିବ ନାହିଁ । ଯଦି ସୁପର ଓଭର ଖେଳିବା ସ୍ଥିତିରେ ନଥିବ ତେବେ ପଏଣ୍ଟ ଟେବୁଲରେ ପୋଜିସନ ହିସାବରେ ଫାଇନାଲିଷ୍ଟ ଚୟନ କରାଯିବ ।

ଚଳିତ ଆଇପିଏଲର ଫାଇନାଲ ମ୍ୟାଚ ମେ ୨୯ରେ ହାଇଦ୍ରାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ରିଜର୍ଭ ଡେ ରହିଛି । ଯଦି ଏହି ଦିନ ମ୍ୟାଚ ନହୋଇପାରିଲା ତେବେ ମେ ୩୦ ତାରିଖରେ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ସମୟ ପୂର୍ବରୁ ୭.୩୦ରୁ ୮କୁ ପରିବର୍ତ୍ତନ କରାଯାଇଛି ।

ପ୍ଲେ ଅଫକୁ ଯାଇଥିବା ଟିମର ସ୍ଥିତି
ଗୁଜୁରାଟ – ୨୦ ପଏଣ୍ଟ - ୦.୩୧୬ ନେଟ ରନରେଟ
ରାଜସ୍ଥାନ - ୧୮ ପଏଣ୍ଟ - ୦.୨୯୮ ନେଟ ରନରେଟ
ଲକ୍ଷ୍ନୌ - ୧୮ ପଏଣ୍ଟ - ୦.୨୫୧ ନେଟ ରନରେଟ
ବାଙ୍ଗାଲୋର - ୧୬ ପଏଣ୍ଟ - ୦.୨୫୩ ନେଟ ରନରେଟ