ବଜେଟରେ କାହାକୁ ମିଳିବ କ’ଣ, ରହିଛି ସମସ୍ତଙ୍କ ନଜର ; ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ

Advertisment
ବଜେଟରେ କାହାକୁ ମିଳିବ କ’ଣ, ରହିଛି ସମସ୍ତଙ୍କ ନଜର ; ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ

କନକ ବ୍ୟୁରୋ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ଦେଶର ବିକାଶ ସହିତ ମହଙ୍ଗା ଓ ବେକାରୀ ଆଦି ସମସ୍ୟାରୁ ଆଶ୍ୱସ୍ତି ମିଳିବା ନେଇ ଆଶା ରଖିଛନ୍ତି ଜନସାଧାରଣ।

ବିଶେଷଜ୍ଞଙ୍କ ମତରେ ୨୦୨୪-୨୫ର ସାଧାରଣ ବଜେଟ୍ ସରକାରଙ୍କ ପାଇଁ ଏତେ ସହଜ ହେବ ନାହିଁ। ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ବିଶେଷକରି ନିୟୁକ୍ତି ସୁଯୋଗର ସୃଷ୍ଟି କରିବା ଅଧିକ ଚିନ୍ତାଜନକ ବିଷୟ। ଖାଉଟି ଖର୍ଚ୍ଚ ବୃଦ୍ଧି ଏବଂ ଦୀର୍ଘକାଳୀନ ଭିତ୍ତିରେ ନିଯୁକ୍ତି ଅଭିବୃଦ୍ଧିକୁ ସମର୍ଥନ ଦେବା ଲାଗି ଟିକସ ହ୍ରାସ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି। ସେପଟେ ବଜେଟକୁ ଲୋକାଭିମୁଖୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗରେ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି।

କୁହାଯାଉଛି ଯେ, ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ପାଇଁ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା। ନିଯୁକ୍ତି, ଗ୍ରାମୀଣ ଅର୍ଥନୀତି ଓ ମାନ୍ୟୁଫାକ୍ଚରିଂ କ୍ଷେତ୍ର ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେହିପରି ବଜେଟ୍ ପାଇଁ ସବୁ ମନ୍ତ୍ରାଳୟରୁ ପରାମର୍ଶ ମଧ୍ୟ ମଗାଯାଇଛି। ବଜେଟରେ ଯେପରି ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ରଖାଯାଇପାରିବ, ସେଥିପାଇଁ ମଧ୍ୟ ଏହି ପରାମର୍ଶ ଆବଶ୍ୟକ। କୁହାଯାଉଛି, ଲୋକସଭା ନିର୍ବାଚନରେ ବିଜେପିକୁ ଗ୍ରାମାଞ୍ଚଳରେ ବଡ଼ ଝଟକା ଲାଗିଛି। ଆଉ ଏହିସବୁ ଅଞ୍ଚଳରେ ବିଜେପିର ଆସନ ମଧ୍ୟ କମିଛି। ତେଣୁ ବଜେଟରେ ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe