କନକ ବ୍ୟୁରୋ: ଦେଶର ଶେଷ ତଥା ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାରେ ହେବ ନିର୍ବାଚନ । ମୟୂରଭଞ୍ଜର ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଜେଡି, ବିଜେପି କି କଂଗ୍ରେସ, କେହି ପ୍ରାର୍ଥୀ ଦେଇନାହାନ୍ତି । ଏପଟେ ଟିକେଟ୍ ଆଶାୟୀ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ୨୦୧୯ରେ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ ବିଜେପିର ଭାସ୍କର ମଢେଇ । ହେଲେ ଏଥର ବିଜେଡିରେ ଏକାଧିକ ଆଶାୟୀ ଥିବାରୁ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟ ହୋଇପାରେ ।
ସେପଟେ ବିଜେପି ବିଧାୟକ ଭାସ୍କର ମଢେଇ ପୁଣି ଥରେ ନିର୍ବାଚନ ଲଢିବା ନେଇ ଆଶା ରଖିଛନ୍ତି । ହେଲେ ଦଳ ତାଙ୍କୁ ଟିକେଟ୍ ଦେବ ନା ରେସରେ ଥିବା ଉଚ୍ଚ ଶିକ୍ଷିତ ଯୁବକ କଲ୍ଲୋଳ ସିଂ, ପୂର୍ବତନ ସରପଞ୍ଚ ସୁଲୁମଣୀ ମଢେଇଙ୍କୁ ଦେବ ତାହା ଟିକେଟ୍ ଘୋଷଣା ପରେ ଜଣାପଡିବ । ତେବେ ବିଜେଡି ଓ ବିଜେଡିରେ ଏକାଧିକ ଆଶାୟୀ ରହିଥିବା ବେଳେ ଉଦଳାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବା ତାର ଖୋଜ ଖବର ନାହିଁ । ହେଲେ ଏ ସବୁ ଭିତରେ କିଏ କେଉଁ ଦଳରୁ ଟିକେଟ ପାଇବେ ଏବଂ କିଏ ବଳି ପଡିବେ ତାହା ହାଇକମାଣ୍ଡଙ୍କ ହାତରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/dc-Cover-58emhsk1jb4c0bak5is789g182-20231228132240.Medi_.jpeg)