ଶାସକ ଦଳରୁ କିଏ ପାଇବ ଟିକେଟ୍? ରମେଶ ମାଝୀ ନା ପ୍ରଦୀପ ମାଝୀ?

131

କନକ ବ୍ୟୁରୋ: କେନ୍ଦ୍ର ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗସ୍ତ ପରେ ରେ ଏବେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ରେ ରାଜନୈତୀକ ପାଣିପାଗ ସରଗରମ । ରାଜନାଥ ଙ୍କ ଗସ୍ତ ବିଜେପି ଶିବିର କୁ ଚଳଚଂଚଳ କରି ଥିବା ବେଳେ ଶାସକ ଓ କଂଗ୍ରେସ ଦଳ ମଧ୍ୟ ଶକ୍ରୀୟ ହୋଇ ଉଠିଛି । ଶାସକ ଦଳରେ ଏଥର ଦୁଇ ପାରମ୍ପାରୀକ ପ୍ରତିଦ୍ୱନ୍ଦି ରମେଶ ମାଝୀ ଓ ପ୍ରଦୀପ ମାଝୀ ଗୋଟିଏ ଦଳ ରେ ଟିକିଟ ଲବି କରୁ ଥିବା ବେଳେ ଲଢେଇ ଏବେ ରୋଚକ ମୋଡରେ । ଆଉ ନବରଂଗପୁର ଲୋକସଭା କ୍ଷେତ୍ର ରେ ମାଝୀ ବନାମ ମାଝୀ ଲଢେଇ ମଧ୍ୟରେ ଏଥର ଗମାଙ୍ଗ ପରିବାର ର ଏନ୍ଟ୍ରି କୁ ନେଇ ଚର୍ଚା ଜୋର ଧରିଛି । ଗିରିଧର ଗମାଙ୍ଗ ଙ୍କ ପୁଅ ଶିଶିର ଗମାଙ୍ଗ ଏଥର କଂଗ୍ରେସ ଟିକଟ ରେ ଲଢିବା ନେଇ ଏକ ପ୍ରକାର ସ୍ଥିର ହୋଇ ଥିବା ଯୋଗୁ ଏଥର ନବରଂଗପୁର ଲୋକସଭା ଆସନରେ ଏକ ରୋଚକ ଲଢେଇ ଦେଖିବାକୁ ମିଳି ପାରେ ।

ନବରଙ୍ଗପୁରରେ ରାଜନାଥଙ୍କ ରଣହୁଙ୍କାର ପରେ ଉତ୍ସାହିତ ବିଜେପି ଶିବିର । କୋର କମିଟି ବୈଠକରେ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନବରଙ୍ଗପୁର ଲୋକସଭା ଆସନରେ ବିଜେପି ଗତ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା । ଏବେ ୧ ନମ୍ବର ସ୍ଥାନ ହାସଲ କରିବାକୁ କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ ସ୍ଥାନୀୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୧୪ ରେ ବିଜେଡି ଟିକଟରେ ସାସଂଦ ହୋଇଥିବା ରେଳ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ, ଇଂଜିନିୟର ବଳଭଦ୍ର ମାଝୀ ୨୦୧୯ ନିର୍ବାଚନରେ ବିଜେଡି ଟିକଟ ନପାଇ ବିଜେପିରୁ ନିର୍ବାଚନ ଲଢିଥିଲେ । ତେବେ ଗତ ନିର୍ବାଚନରେ ବିଜେପିର ଭୋଟ ହାର ୧୫. ୯୬% ବୃଦ୍ଧି ପାଇଥିଲେ ମଧ୍ୟ ପରାଜିତ ହୋଇଥିଲେ ବଳଭଦ୍ର । ପୂର୍ବତନ ସାଂସଦ ବଳଭଦ୍ର ମାଝୀ ମୋଟ ୩ ଲକ୍ଷ ୪୨ ହଜାର ୮୩୯ ଭୋଟ ପାଇ ବିଜେଡିର ରମେଶ ମାଝୀଙ୍କଠାରୁ ୪୮ ହଜାର ୬୬୫ ଭୋଟରେ ହାରିଥିଲେ । ତେଣୁ ବଳଭଦ୍ରଙ୍କୁ ବିଜେପି ଏଥର ପୁଣି ପ୍ରାର୍ଥୀ କରିବା ନେଇ ଚର୍ଚା ଲାଗି ରହିଛି । ସେପଟେ ୧୯୯୯ ଓ ୨୦୦୪ ରେ ଦୁଇ ଦୁଇଥର ସାଂସଦ ରହିଥିବା ପର୍ଶୁରାମ ମାଝୀଙ୍କୁ ନେଇ ମଧ୍ୟ ଆକଳନ ହେଉଛି ।

ଗତ ନିର୍ବାଚନରେ ନବରଂଗପୁର ଲୋକସଭା ଆସନରେ ରମେଶ ମାଝୀ, ପ୍ରଦୀପ ମାଝୀ ଓ ବଳଭଦ୍ର ମାଝୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ରମେଶ ମାଝୀ ୩ ଲକ୍ଷ ୯୨ ହଜାର ୫୦୪ ଭୋଟ ପାଇ ବିଜୟ ମୁକୁଟ ପିନ୍ଧି ଥିବା ବେଳେ ପ୍ରଦୀପ ମାଝୀ ୩ ଲକ୍ଷ ୫୦ ହଜାର ୮୭୦ ଭୋଟ ପାଇ ପାରାଜିତ ହୋଇ ରମେଶ ମାଝୀଙ୍କୁ କଡା ଟକ୍କର ଦେଇଥିଲେ । ତେବେ ନବରଂଗପୁର ଲୋକସଭା ଆସନର ଦୁଇ ପାରମ୍ପାରିକ ପ୍ରତିଦ୍ୱାନ୍ଦି ଏବେ ଗୋଟିଏ ଶିବିରରେ । ଏଥର ନବରଂଗପୁର ଲୋକସଭା ଆସନ ପାଇଁ ବିଜେଡି କାହାକୁ ଟିକେଟ ଦେବ, ତାହା ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ରମେଶ କିନ୍ତୁ ମୋଟୁ ଠାରୁ ରାଇଘର ଯାଏଁ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିିଛନ୍ତି । ତେବେ ଟିକେଟ ରେସରେ ଏବେ ପ୍ରଦୀପ ମାଝୀ ଆଗୁଆ ଥିବା ନେଇ ଚର୍ଚା ହୋଉଛି ।

ମାଝୀ ଗଡରେ ହବ କି ଗମାଙ୍ଗ ପରିବାରର ଏଂଟ୍ରି? ପୁର୍ବରୁ ନବରଂଗପୁର ଲୋକସଭା ଆସନଟି କଂଗ୍ରେସ ଗଡ ଭାବେ ଜଣାଶୁଣା ଥିଲା । ୧୯୬୭ ମାସିହାରୁ ଲଗାତର ଖଗପତି ପ୍ରଧାନୀ ୯ଥର କଂଗ୍ରେସ ଟିକଟରେ ସାସଂଦ ହୋଇ ଆସୁଥିଲେ । ତେବେ ୨୦୦୯ ମସିହାରେ ପ୍ରଦୀପ ମାଝୀଙ୍କ ପରେ ଆଉ କମବ୍ୟାକ୍ କରିପାରି ନାହିଁ କଂଗ୍ରେସ । ତେବେ ଗିରିଧର ଗମାଙ୍ଗ ପୁଣି କଂଗ୍ରେସ ଦଳକୁ ଫରିବା ପରେ ଏବେ ଶିଶିର ଗମାଙ୍ଗ ନବରଙ୍ଗପୁର ଲୋକସଭା ଆସନରେ ପ୍ରାର୍ଥୀ ହବା ନେଇ ଚର୍ଚା ଲାଗି ରହିଛି । ଭୁଜବଳ ମାଝୀ ମଧ୍ୟ ଟିକଟ ଦୌଡରେ ଆଗୁଆ ରହିଛନ୍ତି । ତେବେ ଶିଶିରଙ୍କ ଏଂଟ୍ରି ପୁଣି କଂଗ୍ରେସ ଦଳରେ କନ୍ଦଳ ସୃଷ୍ଟି କରିପାରେ ବୋଲି ଚର୍ଚା ।