ଆଶାୟୀ ଆସୁଛନ୍ତି ନବୀନ ନିବାସ । ଶେଷ ମୁହୁର୍ତ୍ତରେ ଚାଲିଛି ଲବି । କାହାକୁ ମିଳିବ ଟିକେଟ ?

441

କନକ ବ୍ୟୁରୋ: ଯେକୌଣସି ମୁହୁର୍ତ୍ତର୍ରେ ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୩୯ ବିଧାନସଭା ଆସନରେ କିଏ କେଉଁ ଜାଗାରେ ପ୍ରାର୍ଥୀ ହେବ ତାହାକୁ ନେଇ ଚାଲିଛି ଅଙ୍କକଷା । କିଛି ଆସନରେ ଅଛିଣ୍ଡା ଅଙ୍କ, ମାଳମାଳ ଆଶାୟୀ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । କାହାକୁ ମୈଦାନକୁ ଓହ୍ଲାଇବ ଦଳ? ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଭିତରେ, ଶେଷ ମୁହୁର୍ତ୍ତରେ ଲବି ଚଳାଇଛନ୍ତି ନେତା । ନବୀନ ନିବାସ ଆସି ଶେଷ ମୁହୁର୍ତ୍ତରେ ଲବି ଚଳାଇଛନ୍ତି । ଅନ୍ୟ ନେତାଙ୍କ ଭଳି ବାଲେଶ୍ୱର ସଂସଦୀୟ କ୍ଷେତ୍ର ନୀଳଗିରିର ଟିକେଟ ଆଶାୟୀ ସନ୍ତୋଷ ଖୁଂଟିଆ, ତାଙ୍କ ସମର୍ଥକଙ୍କୁ ଧରି ନବୀନ ନିବାସରେ ପହଞ୍ଚିଥିଲେ । ଦଳୀୟ ଟିକେଟ ତାଙ୍କୁ ଦେବାକୁ ଦାବି କରିଛନ୍ତି ।

  • ସମୟ ଗଡୁଛି, ଟେନସନ ବଢୁଛି
  • ଅସମ୍ଭାଳ ହେଲେଣି ଆଶାୟୀ
  • କ୍ଷମତା କେନ୍ଦ୍ରରେ କାଟୁଛନ୍ତି ଚକ୍କର

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମଧ୍ୟ ଭୁବନେଶ୍ୱର, ବୋଲଗଡ ଓ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେଣୁ ସମୟ ଗଡିବା ସହ ନେତାଙ୍କ ଟେନସନ ବଢ଼ୁଛି । କାହାକୁ ସୁପ୍ରିମୋ ଭରଷା କରିବେ, କାହାକୁ ଟିକେଟ ଦେବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ଏଭଳି ସ୍ଥିତିରେ ଶେଷ ପ୍ରୟାସ ଭାବେ ନିଜର ସମର୍ଥକଙ୍କୁ ଧରି ନବୀନ ନିବାସରେ ପହଞ୍ଚିଛନ୍ତି । ସେହିପରି ବୋଲଗଡ ବିଧାନସଭାର ଆଶୀୟୀ ପ୍ରାର୍ଥୀ ପ୍ରଦୀପ ସାହୁ ଆସିଥିବା ବେଳେ । ବିଧାୟକ ରାଜା ସାହୁ ନିଜର ସମର୍ଥଙ୍କୁ ଧରି ନିବୀନ ନିବାସର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଆସନ୍ତା ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ । ହାତରେ ଆଉ ମଝିରେ ମାତ୍ର ୭ଦିନ ରହିଲା । ହେଲେ, ଏବେ ବି କୋରାପୁଟର ଜୟପୁର, ଲକ୍ଷ୍ମୀପୁର, କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।