ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କିଏ ପାଇବ ସ୍ଥାନ? ୨ରୁ ୪ ମନ୍ତ୍ରୀ ଦାବି କରୁଛନ୍ତି ଟିଡିପି ଓ ଜେଡିୟ । ବାଚସ୍ପତି ପଦକୁ ନେଇ ଟଣାଓଟରା ।

1,278

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋଦୀଙ୍କ ତୃତିୟ ପାଳି । ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ବିଜେପିର ଦୁଇ ବଡ଼ ସହଯୋଗୀ ଟିଡିପି ୨ରୁ ୪ ମନ୍ତ୍ରୀ ଦାବି କରୁଥବା ବେଳେ ଜେଡିୟୁ ୩ଟି ମନ୍ତ୍ରୀ ଦାବି କରିଛି । ସେପଟେ ବାଚସ୍ପତି ପଦକୁ ନେଇ ଜେଡିୟୁ-ଟିଡିପି-ବିଜେପି ମଧ୍ୟ ଟଣାଓଟରା ପରିସ୍ଥିତି ସୃ୍ଷ୍ଟି ହୋଇଛି । ବାଚସ୍ପତି ସହ ଗୃହ, ପ୍ରତିରକ୍ଷା, ଅର୍ଥ ଏବଂ ବୈଦେଶିକ ବ୍ୟାପର ବିଭାଗ ଛାଡିବାକୁ ଚାହୁଁନି ବିଜେପି । ତେବେ ସମୀକରଣ ଦୃଷ୍ଟିରୁ ଆନ୍ଧ୍ର ପଦେଶ ବିହାର, ମହାରାଷ୍ଟ୍ର, ଓଡ଼ିଶାକୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଛି ।