ସନ୍ଧ୍ୟାରୁ ଆସିବ ପିଏମଓରୁ କଲ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବ ସ୍ଥାନ, ଚର୍ଚ୍ଚାରେ ଅପରାଜିତା, ବୈଜୟନ୍ତ, ଜୁଏଲ ଓରାମ

1,827

କନକ ବ୍ୟୁରୋ: ସନ୍ଧ୍ୟାରୁ ଆସିବ ପିଏମଓରୁ କଲ । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ସେନେଇ ନାଁ ସାମ୍ନାକୁ ଆସିପାରେ । ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅନେକ ଓଡିଆ ସାଂସଦଙ୍କୁ ସ୍ଥାନ ମିଳିଛି । ଏଥର କାହାକୁ ମିଳିବ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ତାହା ଉପରେ ସଭିଁଙ୍କ ନଜର । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମଙ୍କ ଭଳି ସାଂସଦଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏମାନଙ୍କୁ ବଡ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଲୋକସଭା ବାଚସ୍ପତି କିଏ ହେବେ, ସେନେଇ ମଧ୍ୟ ଅନେକ କଳ୍ପନା-ଜଳ୍ପନା ଜାରି ରହିଛି । ବାଚସ୍ପତି ରେସରେ ଭର୍ତ୍ତୃହରି ମହତାବଙ୍କ ନାଁ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ସଂଧ୍ୟାରୁ ଆସିବ ପିଏମଓରୁ କଲ!
କିଏ ହେବେ କେନ୍ଦ୍ରମନ୍ତ୍ରୀ?
ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦ
ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡା ସାଂସଦ
ଜୁଏଲ ଓରାମ, ସୁନ୍ଦରଗଡ଼ ସାଂସଦ
ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ସାଂସଦ

କିଏ ହେବ ଲୋକସଭା ବାଚସ୍ପତି?
ଦୌଡ଼ରେ ଭତ୍ତୃହରି ମହତାବ