କନକ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି । ଆଉ ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ । ତେଣୁ ମନ୍ତ୍ରୀ ମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେ ନେଇ ବିଜେପି ଭିତରେ ଚାଲିଛି ଅଙ୍କ କଷା । ଏପଟେ କାହାକୁ ମନ୍ତ୍ରୀପଦ ମିଳିବ ସେ ନେଇ ସବୁଠି ଚର୍ଚ୍ଚା । ଆଲୋଚନା ହେଉଛି, ଦଳର ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ଦଳ ।
କୁହାଯାଉଛି ରେସରେ ଆଗରେ ଅଛନ୍ତି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ସୁରେଶ ପୂଜାରୀ , କୁଚିଣ୍ଡା ବିଧାୟକ ରବି ନାଏକ ଓ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ରଣପୁର ବିଧାୟିକା ସୁରମା ପାଢ଼ୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଗଡ ବିଧାୟକ ସୁଧିର ରଂଜନ ପାଟ୍ଟଯୋଶୀ , ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।
ତେବେ ବିଜେପି ସବୁବେଳେ ସରପ୍ରାଇଜ୍ ଦେଉଥିବାରୁ, ଚର୍ଚ୍ଚା ହେଉଥିବା ନାଁ ବ୍ୟତୀତ ଅନ୍ୟ ନେତା ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇପାରନ୍ତି । ୨୧ ଜଣ ବିଧାୟକ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ସେଥିମଧ୍ୟରୁ ୧୨ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/3-17.jpg)