କର୍ଣ୍ଣାଟକରେ କିଏ ଗଢ଼ିବ ସରକାର? ଏକଜିଟ୍ ପୋଲରେ କଂଗ୍ରେସକୁ ବହୁମତ ମିଳିବା ନେଇ ସମ୍ଭାବନା ଦେଶ ବିଦେଶନ୍ୟୁଜ୍ By Rajesh Sethy On May 11, 2023 - 8:42 PM 249 Share କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ ଦିନକ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ । ଏକଜିଟ୍ ପୋଲ ଗୁଡ଼ିକୁ ନେଇ ହୋଇଥିବା ‘ପୋଲ ଅଫ୍ ପୋଲସ୍’ରେ ଝୁଲା ସରକାର ନେଇ ସ୍ପଷ୍ଟ କରାଯାଇଛି । ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ, ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର ହେବ । ସେହିପରି ନ୍ୟୁଜ-୨୪- ଟୁଡେଜ୍ ଚାଣକ୍ୟ ମଧ୍ୟ କଂଗ୍ରେସ ସପକ୍ଷରେ ସର୍ଭେ କରିଛି । ତେବେ ଅଧିକାଂଶ ସଂସ୍ଥା ଓ ଟିଭି ଚ୍ୟାନେଲ ଝୁଲା ସରକାର ନେଇ ଇସାରା ଦେଇଛନ୍ତି । ଏବେ ଆସନ୍ତୁ ନଜର ପକାଇବା କ’ଣ କହୁଛି ଏକଜିଟ୍ ପୋଲ? Kanak News is now on WhatsApp Join and get latest news updates delivered to you via WhatsApp Join Now କର୍ଣ୍ଣାଟକ ଏକଜିଟ୍ ପୋଲ ମୋଟ ଆସନ୍- ୨୨୪ ବହୁମତ- ୧୧୩ ବିଜେପି କଂଗ୍ରେସ ଜେଡିଏ ଅନ୍ୟାନ୍ୟ ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇଁ ଇଣ୍ଡିଆ ୬୨-୮୦ ୧୨୨-୧୪୦ ୨୨-୨୫ ୦-୩ ଏବିପି- ସି-ଭୋଟର ସର୍ଭେ ୮୩-୯୫ ୧୦୦-୧୧୨ ୨୧-୨୯ ୨-୬ ଇଣ୍ଡିଆ ଟିଭି-ସିଏନଏକ୍ସ ୮୦-୯୦ ୧୧୦-୧୨୦ ୨୦-୨୪ ୧-୩ ନ୍ୟୁଜ୍ ନେସନ୍-ସିଜିଏସ୍ ୧୧୪ ୮୬ ୨୦-୨୪ ୩ ରିପବ୍ଲିକ ଟିଭି-ପି ମାର୍କ ୮୫-୧୦୦ ୯୪-୧୦୮ ୨୪-୩୨ ୨-୬ ନ୍ୟୁଜ୍-୨୪ ଟୁଡେଜ ଚାଣକ୍ୟ ୯୨ ୧୨୦ ୨୦ ୦ ଜି-ନ୍ୟୁଜ୍ ମାଟ୍ରିଜ୍ ୭୯-୯୪ ୧୦୩-୧୧୮ ୨୫-୩୩ ୨-୫ ଟିଭି-୯ ଭାରତବର୍ଷ-ପୋଲଷ୍ଟ୍ରାଟ୍ ୮୮-୯୮ ୯୯-୧୦୯ ୨୧-୨୬ ୦-୪ ସେପଟେ ବୁଥ୍ ବାହୁଡା ମତ ପରେ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକଜିଟ୍ ପୋଲର ଆକଳନ ଖାରଜ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ । କହିଛନ୍ତି, ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଢିବ । ଏକ୍ଜିଟ୍ ପୋଲ ସବୁବେଳେ ସତ ହୁଏନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏକଜିଟ୍ ପୋଲଗୁଡ଼ିକ ଉପରେ ଭରସା ଦେଖାଇନାହାନ୍ତି କର୍ଣ୍ଣାଟକ କଂଗ୍ରେସର ପ୍ରଦେଶ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର । କହିଛନ୍ତି ଯେ କର୍ଣ୍ଣାଟକରେ ତାଙ୍କ ସହ ୧୪୬ରୁ ଅଧିକ ଆସନ ଜିତିବ । ଏବଂ ରାଜ୍ୟରେ ସରକାର ଗଠନ ନେଇ ଦୃଢୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କର୍ଣ୍ଣାଟକରେ ଏଥର ୭୨ ଦଶମିକ ୬୭ ପ୍ର୍ତିଶତ ମତଦାନ ହୋଇଛି । ତେବେ ଆଗକୁ ମଧ୍ୟ ଏହି ସଂଖ୍ୟା ଆହୁରି ବଢ଼ିପାରେ । କାରଣ ପୋଷ୍ଟାଲ ବାଲାଟ ଓ ହୋମ୍ ଭୋଟିଂ ସଂଖ୍ୟା ଏପର୍ଯ୍ୟନ୍ତ ଗଣନା କରାଯାଇନାହିଁ । ୨୦୧୮ ମସିହାରେ ୭୨ ଦଶମିକ ୪୪ ପ୍ରତିଶତ ମତଦାନ ହୋଇଥିଲା ବେଳେ ୨୦୧୩ରେ ୭୧ ଦଶମିକ ୮୩ ପ୍ରତିଶତ ଭୋଟ ପଡ଼ିଥିଲା । ଅର୍ଥାତ୍ ଚଳିତଥର ଭୋଟିଂ ହାର ବୃଦ୍ଧିଯାଇଛି, ଯାହା ପରିବର୍ତନ ଆଡ଼କୁ ଇସାରା କରୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । 249 Share FacebookTwitterGoogle+WhatsAppTelegramEmailPrint