କନକ ବ୍ୟୁରୋ : ଧାମନଗର ରାଜନୈତିକ ହତ୍ୟାକାଣ୍ଡ ପରେ ରାଜ୍ୟର ଦୁଇ ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିବା ସହ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଉ ପରସ୍ପର ଉପରେ ଦୋଷ ଲଦିଛନ୍ତି ।
କିଏ କରୁଛି ନିର୍ବାଚନୀ ହିଂସା ? ବିଜେଡି-ବିଜେପି କାଦୁଅ ଫିଙ୍ଗା । ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ । ଏଥର ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଯେଉଁ ମାତ୍ରାରେ ହିଂସାକାଣ୍ଡ ଘଟିଲା, ପୂର୍ବରୁ କେବେ ଦେଖାଯାଇ ନଥିଲା । ଏଇଠି ପ୍ରଶ୍ନ ଉଠୁଛି, କାହିଁକି ଏଥର ଏତେ ହିଂସା, କିଏ ଏଥିପାଇଁ ଦାୟୀ । ଏହାକୁ ନେଇ ପରସ୍ପର ଉପରେ ଦୋଷ ଲଦିବାର କୌଣସି ସୁଯୋଗ ଛାଡ଼ୁ ନାହାନ୍ତି ବିଜେଡି ଓ ବିଜେପି । ଆଉ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ପ୍ରଥମେ ବିଜେଡି ଓ ପରେ ବିଜେପି ଧାରଣା ଦେବା ସହ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେପଟେ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
ସେପଟେ ଭଦ୍ରକ ଧାମନଗର ଜାହାଙ୍ଗୀରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଏଥିରେ ସମ୍ପୃକ୍ତି ନେଇ ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ବିରୋଧରେ ଅଭିଯୋଗ କରିଛି ବିଜେଡି । ତେବେ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ମନମୋହନ ସାମଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-23-19h36m11s426.png)