କନକ ବ୍ୟୁରୋ: ଚାଲୁଛି ଭୋଟ୍ ଗଣତି, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ସାଢ଼େ ୯ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ମାଟିକାମୁଡ଼ି ପଡ଼ିଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି ।

Advertisment

ମଣିପୁର ଗଣିତ

- ୨୦୧୭ରେ ସର୍ବାଧିକ ୨୮ଟି ଆସନ ଜିତିଥିଲା କଂଗ୍ରେସ
- ହେଲେ ମେଂଟ କରି କ୍ଷମତା ହାତେଇ ନେଲା ବିଜେପି
- ୩ଟି ଆଂଚଳିକ ଦଳ ସହ ହାତ ମିଳାଇଥିଲା ବିଜେପି
- ଏନପିପି, ଏଲଜେପି ଓ ସ୍ୱାଧୀନଙ୍କୁ ନେଇ ସରକାର ଗଢିଲା ବିଜେପି
- ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ
- ପ୍ରଥମଥର ନୀତିଶ କୁମାରଙ୍କ ଜେଡିୟୁ ମୈଦାନକୁ ଓହ୍ଲାଇଛି