ବିଜେଡି-ବିଜେପି ମେଣ୍ଟ ହେଲେ କାହାକୁ ମିଳିବ ଫାଇଦା? କାହାର ଲାଭ ହେବ, କାହାର କ୍ଷତି ହେବ?

1,021

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ନେଇ ଦିଲ୍ଲୀର ନିଷ୍ପତିକୁ ଅପେକ୍ଷା କରାଯାଇଛି । ଏପଟେ କିନ୍ତୁ ସୋସିଆଲ ମିଡିଆ, ରାଜନୈତିକ ମହଲ, ଚା-ଖଟି ଓ ଗଳିକନ୍ଦିରେ ଚାଲିଛି ମେଣ୍ଟ ହେଲେ ଲାଭକ୍ଷତିର ହିସାବ ।

  • ମେଣ୍ଟ ନେଇ ଚାଲିଛି ଅଙ୍କକଷା
  • ବୁଝାମଣା ହେଲେ କିଏ ପାଇବ ଫାଇଦା?

ବିଜେଡି-ବିଜେପି ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସିପାରିନି । କୁହାଯାଉଛି, ମେଣ୍ଟର ଫୈସଲା ଦିନେ-ଦୁଇଦିନ ଭିତରେ ଆସିପାରେ । କିନ୍ତୁ ସୋସିଆଲ ମିଡିଆ, ରାଜନୈତିକ ମହଲ ଓ ଚା ଖଟିରେ ଚାଲିଛି ମେଣ୍ଟ ନେଇ ଚର୍ଚ୍ଚା । ମେଣ୍ଟ ହେଲେ କିଏ ଲାଭରେ ରହିବ ଆଉ କିଏ କ୍ଷତି ସହିବ ତାର ଚାଲିଛି ହିସାବକିତାବ । ତେବେ ନଜର ପକାନ୍ତୁ,  ୨୦୦୯ରେ ଯେତେବେଳେ ମେଣ୍ଟ ଭାଙ୍ଗିଥିଲା ସେ ସମୟରେ କଣ ରହିଥିଲା ରାଜନୈତିକ ଦୃଶ୍ୟପଟ୍ଟ ?

  • ୨୦୦୯ରେ ବିଜେଡି ପାଇଥିଲା ୧୦୩ ବିଧାନସଭା ଆସନ
  • ଭୋଟ ପ୍ରତିଶତ ଥିଲା ୩୮.୮୬%
  • ୧୪ ଲୋକସଭା ଆସନରେ ବିଜେଡି ବାଜି ମାରିଥିଲା
  • ୨୦୦୪ରେ ବିଜେପି ୩୨ ସିଟ ପାଇଥିଲା
  • ୨୦୦୯ରେ ଏକାକୀ ଲଢି ମାତ୍ର ୬ ଆସନ ପାଇଥିଲା
  • ଭୋଟ ପ୍ରତିଶତ ଥିଲା ୧୫.୦୫%

ମେଣ୍ଟ ହେଲେ ବିଜେଡିର ଲାଭକ୍ଷତିର ହିସାବ 

  • ଅନେକ ଲୋକସଭା ଆସନ ହରାଇବ
  • ବିଧାନସଭା ଆସନ ବି କମିବ
  • ଷଷ୍ଠଥର କ୍ଷମତାକୁ ଆସିବା ସହଜ ହେବ
  • ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବେ ନବୀନ

ମେଣ୍ଟ ହେଲେ ବିଜେପି ଲାଭକ୍ଷତିର ହିସାବ

  • ଏନଡିଏର ୪୦୦ ନାରା ଫଳପ୍ରଦ ହେବ
  • ଲୋକସଭାକୁ ଅଧିକ ସଦସ୍ୟ ଯିବେ
  • ତୃଣମୂଳ ସ୍ତରରେ ସଙ୍ଗଠନ ପ୍ରଭାବିତ ହେବ
  • ୧୫ ବର୍ଷ ଧରି ସଙ୍ଗଠନ କରିଥିବା ନେତା କରିବେ କଣ?

ଯଦି ମେଣ୍ଟ ହୁଏ ତେବେ ଆସନ ବୁଝାମଣା ଭିତରେ କିଏ କେତେ ଆସନ ପାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । କେଉଁ ବଡ ନେତା ନିରାଶ ହେବେ ଓ କାହାର ରାଜନୈତିକ ଭାଗ୍ୟ ଉଦୟ ହେବ, ତାହା ବି ଚର୍ଚ୍ଚାର ବିଷୟ ପାଲଟିଛି ।