କିଏ ହେବ ବାଚସ୍ପତି, ଚାଲିଛି ମାନସ ମନ୍ଥନ? ଦିନ ୧୧ଟା ୩୦ରେ ବାଚସ୍ପତିଙ୍କ ପାଇଁ ହେବ ନାମାଙ୍କନ ଦାଖଲ, ଜାଣନ୍ତୁ ରେସରେ ଆଗରେ କିଏ?

କିଏ ହେବ ବାଚସ୍ପତି, ଚାଲିଛି ମାନସ ମନ୍ଥନ? ଦିନ ୧୧ଟା ୩୦ରେ ବାଚସ୍ପତିଙ୍କ ପାଇଁ ହେବ ନାମାଙ୍କନ ଦାଖଲ, ଜାଣନ୍ତୁ ରେସରେ ଆଗରେ କିଏ?

କନକ ବ୍ୟୁରୋ : ଆସନ୍ତାକାଲି ବାଚସ୍ପତି ନିର୍ବାଚନ । କିଏ ହେବ ବାଚସ୍ପତି ସେ ନେଇ ଚାଲିଛି ମାନସ ମନ୍ଥନ । ବିଧାନସଭାର ୫୪ ନମ୍ବର କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପିର ବିଧାୟକ ଦଳ ବୈଠକ ବସିଛି । ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରୁଛନ୍ତି । ବାଚସ୍ପତିଙ୍କ ନାମ ସ୍ଥିର ହେବା ପରେ ସାଢ଼େ ୧୧ଟାରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରାଯିବ । ତେବେ ବାଚସ୍ପତି ରେସରେ ସବୁଠୁ ଆଗରେ ରହିଛି ସୁରମା ପାଢ଼ୀଙ୍କ ନାଁ ।

ଅନ୍ୟପଟେ ସର୍ବସମ୍ମତି କ୍ରମେ ବାଚସ୍ପତି ଚୟନ ନେଇ ସବୁ ଦଳର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ମୋହନ ମାଝୀ । ଅନ୍ୟପଟେ ବିଧାୟକଙ୍କ ଦୁଇ ଦିନିଆ ଶପଥ ଗ୍ରହଣ ସମାରୋହର ଆଜି ଶେଷ ଦିନ । ଆଜି ଅବଶିଷ୍ଟ ବିଧାୟକ ଶପଥ ଗ୍ରହଣ କରିବେ । ଗତକାଲି ପ୍ରଥମେ ବିଧାୟକ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe