କନକ ବ୍ୟୁରୋ : କାହା ଦଖଲକୁ ଯିବ କଟକ ସଦର ସିଂହାସନ । କଟକ ସଦର, କଟକର ୩ଟି ୱାର୍ଡ ଏବଂ ନିଶ୍ଚିନ୍ତକୋଇଲିର ୧୪ଟି ଗ୍ରାମପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ୧୯୫୭ରେ ଏହି ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବା ବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । କଟକ ଲୋକସଭା ଅଧୀନରେ ଆସୁଥିବାରୁ ଏହି ଆସନର ଗୁରୁତ୍ୱ ଯଥେଷ୍ଟ ରହିଛି । ଏହି ଆସନରେ ବିଜୟ ଧ୍ୱଜା ଉଡାଇବାକୁ ବିଜେଡି ଓ ବିଜେପି ପୁରୁଣା ମୁହଁଙ୍କୁ ସାମ୍ନାକୁ ଆଣିଥିବା ବେଳେ କଂଗ୍ରେସ ନୂଆ ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି ।
୨୦୧୯ର ଲଢେଇ
ବିଜେଡି: ଚନ୍ଦ୍ରସାରଥୀ ବେହେରା
କଂଗ୍ରେସ: ଅଭିଷେକ ମହାନନ୍ଦ
ବିଜେପି: ଦିଲ୍ଲୀପ ମଲ୍ଲିକ
ବିଜେଡି: ଚନ୍ଦ୍ରସାରଥୀ ବେହେରା
- ୨ଥର ବିଧାୟକ
- ୨୦୦୯ (ସାଲେପୁର) , ୨୦୧୪-କଟକ-ସଦର ବିଧାୟକ
- ମନ୍ତ୍ରୀ ( ଯୁବ ଓ କ୍ରୀଡା ବ୍ୟାପାର)
- ହକି ବିଶ୍ୱକପ୍ର ସଫଳ ଆୟୋଜନ କରି ଲୋକପ୍ରିୟ
କଂଗ୍ରେସ: ଅଭିଷେକ ମହାନନ୍ଦ
- ପୂର୍ବତନ ବିଧାୟିକା ଅସୀମା ମହାନନ୍ଦଙ୍କ ପୁଅ
- କଂଗ୍ରେସ ସୋସିଆଲ୍ ମିଡିଆ କୋର୍ଡିନେଟର
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
ବିଜେପି: ଦିଲ୍ଲୀପ ମଲ୍ଲିକ
- ବିଜେପି ମୁଖପାତ୍ର
- ୨୦୦୯ ଏବଂ ୨୦୧୪ରେ ପରାଜିତ
- ତୃତୀୟଥର ପାଇଁ ପ୍ରାର୍ଥୀ
ନିର୍ବାଚନ ମଣ୍ଡଳୀ ତଥ୍ୟ
- କଟକ ସଦର, କଟକର ୩ଟି ୱାର୍ଡ ଏବଂ ନିଶ୍ଚିନ୍ତକୋଇଲିର ୧୪ଟି ଗ୍ରାମପଂଚାୟତକୁ ନେଇ ଗଠିତ
- ୧୯୫୭ରେ ନିର୍ବାଚନ ମଣ୍ଡଳୀ ଗଠିତ
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୮ ହଜାର ୪୩୧
- ମତ ଦେଇଥିଲେ – ୧ ଲକ୍ଷ ୩୯ ହଜାର ୮୫୬
- ଭୋଟଦାନ ହାର – ୭୦.୪୮%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଚନ୍ଦ୍ରସାରଥୀ ବେହେରା ବିଜେଡି ୭୧,୨୪୭ ୫୦.୯୪% ବିଜୟୀ
ଦିଲୀପ କୁମାର ମଲ୍ଲିକ କଂଗ୍ରେସ ୪୫,୪୫୬ ୩୨.୫୦% ପରାସ୍ତ
ଚନ୍ଦ୍ରଶେଖର ସାମଲ ବିଜେପି ୧୮,୨୭୧ ୧୩.୦୬% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଚନ୍ଦ୍ର ସାରଥି ବେହେରା ନିର୍ବାଚନ ଜିତିଥିଲେ
- ୭୧ ହଜାର ୨୪୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଦିଲୀପ କୁମାର ମଲ୍ଲିକଙ୍କୁ ପରାସ୍ତ କରିଥିଲେ
- ୨୫ ହଜାର ୭୯୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ