ରାଜ୍ୟର କ୍ଷମତାଶାଳୀ କ୍ଲବରେ କିଏ ହେବ ସଭାପତି? ଅଫିସର ବନାମ ଅଫିସର ଲଢେଇ ।

78

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ସମ୍ଭାନ୍ତ କ୍ଲବ ଭୁବନେଶ୍ୱରରେ କ୍ଲବରେ ଶନିବାର ପଡିବ ଭୋଟ । ଗୋଟିଏ ପଟେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ତାଙ୍କ ଟିମ୍ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ଆଇଏଏସ ସତ୍ୟପ୍ରକାଶ ନନ୍ଦ ଓ ତାଙ୍କ ଟିମ୍ । ୨୦୨୧ରେ ପ୍ରଥମ ଥର ପାଇଁ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବର ସଭାପତି ଦାୟିତ୍ୱ ନେଇଥିଲେ । ରାଜ୍ୟ ଶାସନରେ ତାଙ୍କର ଭଲ ଦବଦବା ରହିଛି ଆଉ ଏହି ଏକବର୍ଷର ବିକାଶକୁ ନେଇ ନିର୍ବାଚନକୁ ଓହ୍ଲାଇଛି ଅସିତ ତ୍ରିପାଠୀ ଟିମ୍ । ଏଥର କିଛି ନୂଆ କରିବାର ଇଛା ପ୍ରକାଶ କରିଛି ଏହି ଟିମ ୍ା

ଆଇଏଏସ ଅଫିସର ଅସିତ ତ୍ରିପାଠୀ । ରାଜ୍ୟ ପ୍ରଶାସନର ସବୁଠାରୁ ବଡ ପଦବୀରୁ ଅବସର ନେବା ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ଉପରେ ଭରସା କରିଛନ୍ତି । ଆଉ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଗତବର୍ଷ ରାଜଧାନୀର ସବୁଠାରୁ ଦାମୀ ଭୁବନେଶ୍ୱର କ୍ଲବର ସଭାପତି ଦାୟିତ୍ୱ ନେବା ପରେ ଏଥର ମଧ୍ୟ ସଭାପତି ପଦ ପାଇଁ ମୈଦାନକୁ ଓହ୍ଲାଇଛନ୍ତି । ଆଉ ଦାବି କରିଚନ୍ତି ତାଙ୍କ ସଭାପତିତ୍ୱରେ

-ଭୁବନେଶ୍ୱର କ୍ଲବର ବିକାଶ ଆଗକୁ ବଢିଛି

-ଅଭ୍ୟର୍ଥନା କକ୍ଷ ଓ ପାର୍କିଂ ବ୍ୟବସ୍ଥାର ଉନ୍ନତି ହୋଇଛି

-ପାର୍ଟି ହଲ ସଂଖ୍ୟା ବଢିଛି

କ୍ଲବକୁ ବିଶ୍ୱସ୍ତରୀୟ କରିବାକୁ ପ୍ରତିଶ୍ରୃତି

ଅସିତ ତ୍ରିପାଠୀଙ୍କ ଗୋଷ୍ଠୀକୁ କଡା ଟକ୍କର ଦେଉଛନ୍ତି ସତ୍ୟପ୍ରକାଶ ନନ୍ଦ ଓ ଟିମ୍ । ପ୍ରଚାରରେ ଏମାନଙ୍କ ମୁଖ୍ୟ ନାରା ହୋଇଛି ସମନ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା । କ୍ଲବକୁ ବଞ୍ଚାଅ ନାରା ଦେଇଛି ଏବି ଟିମ । ଏହାଛଡା ବିଶୃଙ୍ଖଳା ରୋକି  ଠିକ ସେବା ଦେବାକୁ ପ୍ରତିଶ୍ରୃତି ଦେଇଛି ଏହି ଟିମ୍ । ଏଥର ଭଲ ପ୍ରତିଦ୍ୱନ୍ଦିତା ହେବ ବୋଲି ଏହି ଟିମ୍  ଆଶା କରିଛି ।

ଭୁବନେଶ୍ୱର କ୍ଲବରେ ଏଥର ପାଖାପଖା ୧୯୫୯ ସଦସ୍ୟ ଭୋଟଦେବେ । ଏମାନଙ୍କ ମଧ୍ୟରୁ ସଦସ୍ୟ ସଂଖ୍ୟା ୧୮୭୭ ଥିବାବେଳେ କର୍ପୋରେଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୭୦ । ତେବେ ଶନିବାରର ନିର୍ବାଚନରେ ପାଖାପଖି ୧୨ଶହ ସଦସ୍ୟ ଭୋଟ ଦେବେ ବୋଲି ଆଶା କରାଯାଉଛି । ଫଳାଫଳ ଆସିବ ୨୫ ତାରିଖରେ । ତେଣୁ ରାଜ୍ୟସବୁଠାରୁ  ଦାମୀ କ୍ଲବର ସଭାପତି କିଏ ହେଉଛି  ତାକୁ ନେଇ ଅଫିସରଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।