ନିର୍ବାଚନ ପୂର୍ବରୁ ବିଜୁ ମହିଳା ଜନତା ଦଳରେ ବଡ ଧରଣର ଅଦଳବଦଳ ! ଲୋପାମୁଦ୍ରାଙ୍କୁ ବିଜେଡିର ସାଙ୍ଗଠାନିକ ଦାୟିତ୍ୱ ।

ପ୍ରମିଳା ମଲ୍ଲିକଙ୍କ ସ୍ଥାନରେ ଦଳୀୟ ସୁପ୍ରିମୋ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱ ଦେଇଛନ୍ତି ।

134

ବିଜୁ ମହିଳା ଜନତା ଦଳରେ ନୂଆ ସଭାନେତ୍ରୀ । ପ୍ରମିଳା ମଲ୍ଲିକଙ୍କ ସ୍ଥାନରେ ଦଳୀୟ ସୁପ୍ରିମୋ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରମିଳାଙ୍କୁ ଦଳର ଉପସଭାପତି ଭାବେ ନୂଆ ଦାୟିତ୍ୱ ମିଳିଛି ।

ସେପଟେ ବିଜୁ ମହିଳା ଜନତା ଦଳରେ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ, ନୂଆ ସାଧାରଣ ସଂପାଦକ ଓ ସଂପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ତେବେ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରାଙ୍କୁ ମହିଳା ସଂଗଠନରେ ଦାୟିତ୍ୱ ମିଳିଥିବା ବେଳେ, ଏବେ ନୂଆ ମହିଳା କମିଶନ ଅଧ୍ୟକ୍ଷା କିଏ ହେବ ତାକୁ ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନରେ ହଠାତ ବିଜେଡି ମହିଳା ରାଜନୀତି ସରଗରମ ହୋଇ ଉଠିଲା । ରାଜ୍ୟ ମହିଳା କମିଶନ ଅଧକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଇସ୍ତଫା ଦେଇଦେଲେ । ସେପଟେ ଶୁଣିବାକୁ ମିଳିଲା ବିଜୁ ମହିଳା ଜନତା ଦଳରେ ବି ବ୍ୟାପକ ପରିବର୍ତନ ହେବାକୁ ଯାଉଛି । ଏବେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଦାୟୀତ୍ୱରେ ଥିବା ପ୍ରମିଳା ମଲ୍ଲିକଙ୍କୁ ଦଳର ଉପସଭାପତି ଭାବେ ଦାୟୀତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ସଭାନେତ୍ରୀ ଭାବେ ମିନତୀ ବେହେରାଙ୍କୁ ଦାୟୀତ୍ୱ ମିଳିଛି । ମହିଳା କମିଶନ ଅଧକ୍ଷା ରହିଥିବା ଲୋପାମୁଦ୍ରା ବକ୍ସିପାତ୍ର, ସୁଲଚନା ଦାସ, ଶ୍ରୀମୟି ମିଶ୍ର, ଗୀତୀରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ମିଳିଛି ।