କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ନିଯୁକ୍ତିକୁ ନେଇ ବିରୋଧୀ-ଶାସକ କଥା କଟାକଟି 

382

କନକ ବ୍ୟୁରୋ: ବେଶ କିଛି ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହି ଆସୁଥିଲେ ଭି.କେ.ପାଣ୍ଡିଆନ । ସରକାରୀ କାର୍ଯ୍ୟକ୍ରମରେ, ସମୀକ୍ଷା ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହି ଟିକନିକ ବୁଝୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗସ୍ତ କରି ଅଭିଯୋଗ ଗ୍ରହଣ କରିଥିଲେ । କିନ୍ତୁ ଏବେ ସେ ଚାକିରିରୁ ଅବସର ନେଇଛନ୍ତି ଓ ନୂଆ ନିଯୁକ୍ତି ପାଇଛନ୍ତି । ହେଲେ, ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ କିଏ ହେବେ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଅନ୍ୟପଟେ ପାଣ୍ଡିଆନଙ୍କ ଭିଆରଏସ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

  • ବିରୋଧୀ-ଶାସକ ଦଳ ବୟାନବାଜି
  • ନିଯୁକ୍ତିକୁ ନେଇ କଥା କଟାକଟି

ପ୍ରଶାସନିକ ଅଧିକାରୀ ଭାବେ ସବୁବେଳେ ସକ୍ରିୟ ରହୁଥିବା ଭି.କେ.ପାଣ୍ଡିଆନଙ୍କ ଆଗାମୀ ପଦକ୍ଷେପ କଣ ରହିବ, ସେ କିଭଳି କାର୍ଯ୍ୟ କରିବେ, ତାକୁ ନେଇ ସାଧାରଣରେ ଉକ୍ରଣ୍ଠା ରହିଛି । ଏହି ସମୟରେ ବିଜେଡି ନେତା କହିଛନ୍ତି, ଏବେ ପ୍ରଶାସନ ଟିମ୍ ଗୁଡ ଗଭର୍ଣ୍ଣାନ୍ସକୁ ନେଇ କାମ କରିବ । ତେବେ ପାଣ୍ଡିଆନ ଚାକିରୀରୁ ଅବସର ନେବା ପରେ ଚର୍ଚ୍ଚା ହେଉଥିଲା, ସେ ରାଜନୀତିରେ ଯୋଗ ଦେବେ । ହେଲେ , ଏପର୍ଯ୍ୟନ୍ତ ସେ ସେମିତି କିଛି ସଂକେତ ଦେଇ ନାହାନ୍ତି ।  ତାଙ୍କୁ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ପଦ ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଆଉ ଜବାବ ରଖିଛନ୍ତି ବିଜେଡି ସାଂସଦ ।

ଆଗକୁ ନିର୍ବାଚନ ଆସୁଥିବାରୁ ଭି.କେ.ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।