କିଏ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ରେସରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ…

90

କନକ ବ୍ୟୁରୋ: ମାତ୍ର ୪୫ ଦିନ ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ତାଙ୍କ ଇସ୍ତଫା ପରେ କିଏ ହେବ ଆଗାମୀ ପ୍ରଧାନମନ୍ତ୍ରୀ, ତାକୁ ନେଇ ନାନା ଆକଳନ ଚାଲିଛି । ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ପରବର୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ବ୍ରିଟେନ୍ ରାଜନୀତିରେ ବେଟିଂ ଆରମ୍ଭ ହୋଇଯାଇଛି । କୁହାଯାଉଛି ଖୁବଶୀଘ୍ର ଟ୍ରସ ସରକାର ଭାଙ୍ଗିବ ଏବଂ ରିଷି ସୁନକ ପରବର୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ବୁକି ଦେଇଥିବା ସୂଚନା ଅନୁସାରେ ରିଷି ସୁନକ ଓ ପେନି ମୋର୍ଡଂଟ ବଡ଼ ଦାୟିତ୍ୱ ନେବାର ସମ୍ଭାବନା ଅଧିକ ରହିଛି । ବୁକିଙ୍କ ଅନୁସାରେ ରିଷି ସୁନକଙ୍କ ସପକ୍ଷରେ ୧୩-୮ ବେଟିଂ ଲଗାଯାଇଛି । ୫୦ ପ୍ରତିଶତ ବୁକିଙ୍କ ମତରେ ସୁନକ ହେବେ ବ୍ରିଟେନର ପରବର୍ତୀ ପ୍ରଧାନମନ୍ତ୍ରୀ । ତାଙ୍କ ପରେ ରହିଛି ପେନି ମର୍ଡୋଂଟଙ୍କ ନାଁ । ତାଙ୍କ ସପକ୍ଷରେ ୩୦ ପ୍ରତିଶତ ବେଟିଂ ହୋଇଛି । ଦୌଡ଼ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମଧ୍ୟ ରହିଛି । ଜନସନଙ୍କ ସମ୍ଭାବନା ୧୬ ପ୍ରତିଶତ ରହିଛି । ଏହି ଦୌଡ଼ରେ ବେନ୍ ୱାଲେସ ଓ କେମି ବଡେନୋଚଙ୍କ ନାଁ ରହିଛି । ହେଲେ ଦୁହେଁ ବହୁ ପଛରେ ରହିଯାଇଛନ୍ତି ।

କାହିଁକି ରିଷି ସୁନକ ପ୍ରଥମ ପସନ୍ଦ?
– ଆର୍ଥିକ ପରିଚାଳନା କ୍ଷେତ୍ରରେ ରିଷି ସୁନକଙ୍କ ରହିଛି ଭଲ ଅଭିଜ୍ଞତା
– କୋଭିଡ୍ ବେଳେ ତାଙ୍କର ଆର୍ଥିକ ସୁପରିଚାଳନାକୁ ପ୍ରଶଂସା କରିଥିଲେ ବ୍ରିଟେନବାସୀ
– ୨୦୨୦ରେ ହୋଟେଲ ଇଣ୍ଡଷ୍ଟ୍ରୀକୁ ‘ଇଟ୍ ଆଉଟ୍ ଟୁ ହେଲ୍ପ ଆଉଟ୍’ ସ୍କିମ ଦ୍ୱାରା ସାଢ଼େ ୧୫ହଜାର କୋଟି ଟଙ୍କାର ସହାୟତା
– ୨୦୨୧, ଅଗଷ୍ଟ ମାସରେ କର୍ମଚାରୀ ଓ ସ୍ୱରୋଜଗାର ଲୋକଙ୍କୁ ୨ଲକ୍ଷ ଟଙ୍କାର ସହାୟତା
– ବ୍ରିଟେନରେ ବର୍ତ୍ତମାନ କରୋନା ଲହର ଭିତରେ ଟୁରିଜିମ ଇଣ୍ଡଷ୍ଟ୍ରୀକୁ ୧୦ହଜାର କୋଟି ଟଙ୍କାର ପ୍ୟାକେଜ

ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ରିଷି ଦେଶର ଆର୍ଥିକ ସ୍ଥିତିର ଦାୟିତ୍ୱ ସମ୍ଭାଳୁଥିଲେ । ହେଲେ ଜନସନଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବା ପରେ ପ୍ରଥମେ ରିଷି ସନକ ଇସ୍ତଫା ଦେଇଥିଲେ । ଏହାପରେ ଜନସନଙ୍କ କ୍ୟାବିନେଟର ଅନ୍ୟ ନେତାମାନେ ବି ଇସ୍ତଫା ଦେଇଥିଲେ, ଆଉ ବାଧ୍ୟ ହୋଇ ଜନସନ ଇସ୍ତଫା ଦେଇଥିଲେ । ତେବେ ଏସବୁ ଭିତରେ ମାତ୍ର ୪୫ ଦିନରେ ଇସ୍ତଫା ଦେଇଥିବା ଲିଜ୍ ଟ୍ରସ୍ ବ୍ରିଟେନର ସବୁଠୁ କମ୍ ଥିବା ରହିଥିବା ପ୍ରଧାନମନ୍ତ୍ରୀ ପାଲଟିଛନ୍ତି ।