ଏଠି ପଡିଛି ତାଲା, ସେଠି ଚାଲିଛି ଲବି... ମୁରବୀ ଶୂନ୍ୟ ହେବା ପରେ କଂଗ୍ରେସ ଭବନ ଖାଁ ଖାଁ । କିଏ ହେବେ ରାଜ୍ୟ କଂଗ୍ରେସ ମୁଖିଆ ? ପିସିସି ପଦ ପାଇଁ ଦିଲ୍ଲୀରେ ଲବି ।

Advertisment
ଏଠି ପଡିଛି ତାଲା, ସେଠି ଚାଲିଛି ଲବି... ମୁରବୀ ଶୂନ୍ୟ ହେବା ପରେ କଂଗ୍ରେସ ଭବନ ଖାଁ ଖାଁ । କିଏ ହେବେ ରାଜ୍ୟ କଂଗ୍ରେସ ମୁଖିଆ ? ପିସିସି ପଦ ପାଇଁ ଦିଲ୍ଲୀରେ ଲବି ।

କନକ ବ୍ୟୁରୋ: କିଏ ହେବେ ରାଜ୍ୟ କଂଗ୍ରେସ ମୁଖିଆ ? ନେତା ବିହୀନ ପରେ ଏବେ ଖାଁ ଖାଁ ହୋଇପଡ଼ିଛି କଂଗ୍ରେସ ଭବନ। ଏଆଇସିସି ଦ୍ବାର ରାଜ୍ୟ ସଂଗଠନ ଭଙ୍ଗ ପରେ ଏବେ ପିସିସି ସଭାପତି ପଦ ସହ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଏହାରି ଭିତରେ ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟର କିଛି ତୁଙ୍ଗ ନେତା। ରାଜ୍ୟ କଂଗ୍ରେସର ନେତୃତ୍ବ ନେବା ପାଇଁ ନିଜ ନିଜ ନାଁରେ ମୋହର ମାରିବାକୁ ହାଇକମାଣ୍ଡଙ୍କ ଆଗରେ ଲବି କରୁଛନ୍ତି ନେତା।

ସବୁବେଳେ ଚଳଚଞ୍ଚଳ ହୋଇ ଉଠୁଥିବା କଂଗ୍ରେସ ଭବନ ଏବେ ମୁରବୀଶୂନ୍ୟ। ଅନେକ ସମୟରେ ଆପଣମାନେ ଦେଖିଥିବେ କଂଗ୍ରେସ ଭବନ ଆଗରେ ଲାଗୁଥିଲା ବଡ଼ ବଡ଼ ଗାଡ଼ି। ଆସୁଥିଲେ ହେଭିୱେଟ୍ ନେତା। ଜମୁଥିଲା କର୍ମୀଙ୍କ ଭିଡ଼। ହେଲେ ବର୍ତ୍ତମାନ ବଦଳି ଯାଇଛି ସ୍ଥିତି। ଏଆଇସିସି ରାଜ୍ୟ ସଂଗଠନକୁ ଭାଙ୍ଗିବା ପରେ ନେତା କି ସାଧାରଣ କର୍ମୀଟିଏ ବି ମାଡ଼ୁନାହାନ୍ତି କଂଗ୍ରେସ ଭବନ। କେବଳ କର୍ମଚାରୀ ଜଗିକି ବସିଛନ୍ତି। ପିସିସି ସଭାପତିଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ମିଡିଆ ସେଲ, ସୋସିଆଲ ମିଡିଆ ସେଲ, କୃଷକ ସେଲ ଆଦି ସବୁ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଗତ ୨୪ ବର୍ଷରେ ରାଜ୍ୟ କଂଗ୍ରେସକୁ ମିଳିଛନ୍ତି ୬ ପିସିସି ସଭାପତି। ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, କେପି ସିଂଦେଓ, ଶରତ ପଟ୍ଟନାୟକ ଆଦି ନେଇଛନ୍ତି ରାଜ୍ୟ କଂଗ୍ରେସର ନେତୃତ୍ବ। କିନ୍ତୁ କେହିବି ରାଜ୍ୟରେ କଂଗ୍ରେସର ଭାଗ୍ୟ ବଦଳାଇ ପାରିନାହାନ୍ତି ବରଂ ବାରମ୍ବାର ଫେଲ ମାରିଛନ୍ତି। ଯେଉଁଥିପାଇଁ ୨୪ ବର୍ଷ ଧରି ଓଡ଼ିଶାରେ କ୍ଷମତାରୁ ଦୂରରେ ରହିଛି। ରାହୁଲ ଗାନ୍ଧୀ, ବାରମ୍ବାର ଏହି ବଡ଼ ନେତାଙ୍କ ଉପରେ ଭରସା ଦେଖାଇଛନ୍ତି, କିନ୍ତୁ କେହିବି ସଫଳତା ଦେଇପାରିନାହାନ୍ତି।

ରାଜ୍ୟରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ଏପରି ହୋଇଛି, କୌଣସି ପ୍ରସଙ୍ଗରେ ନାଁ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ନାଁ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଏହାରି ଭିତରେ ଅନେକ ତୁଙ୍ଗ ନେତା କିନ୍ତୁ ଦିଲ୍ଲୀରେ ଡେରା ପକାଇଛନ୍ତି। ପିସିସି ସଭାପତି ହେବା ପାଇଁ ନିଜ ନିଜ ଚ୍ୟାନେଲ ଲଗାଇ ହାଇକମାଣ୍ଡଙ୍କ ନିକଟରେ ଲବି କରୁଛନ୍ତି। ସେପଟେ ବିଧାୟକ ଦଳ ନେତା ପଦ ନମିଳିବାରୁ ଅଭିମାନ କରି ତାରା କହିଛନ୍ତି, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ପିସିସି ସଭାପତି କରିବା ପାଇଁ ଏଆଇସିସିକୁ ଚିଠି ଲେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe