କନକ ବ୍ୟୁରୋ : କଟକ ଚୌଦ୍ୱାରରେ କାହାର ଚମକିବ ଭାଗ୍ୟ । କିଏ ବାଜିମାତ୍ କରିବ ଓ କିଏ ମାତ୍ ଖାଇବ । ତାହାର ଜବାବ ଦେବେ ଜନତା । ପ୍ରାର୍ଥୀଙ୍କ ପରୀକ୍ଷା ଖାତାରେ ଭୋଟ ରୂପକ ମାର୍କ ଦେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା । ଚୌଦ୍ୱାର, କଟକର ୧୯ଟି ୱାର୍ଡ, ଚାରବାଟିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୪ଟି ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ୧୯୬୧ରେ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା । କଟକ ଲୋକସଭା ଅଧିନରେ ଏହି ଆସନ ଆସୁଥିବାରୁ ଏହା ଉପରେ ସମସ୍ତଙ୍କର ଫୋକସ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ସୌଭିକ ବିଶ୍ୱାଳ
କଂଗ୍ରେସ: ଜଗଦୀଶ ମହାନ୍ତି
ବିଜେପି: ନୟନକିଶୋର ମହାନ୍ତି

ବିଜେଡି: ସୌଭିକ ବିଶ୍ୱାଳ
- ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ
- ରାଜ୍ୟ ଛାତ୍ର ବିଜେଡି ଉପସଭାପତି
- ଏମବିଏ ଶିକ୍ଷା ପରେ ରାଜନୀତି
- ଯୁବ ସଂଗଠକ ଏବଂ ବାପାଙ୍କ ସଂଗଠନ ରହିଛି

କଂଗ୍ରେସ: ଜଗଦୀଶ ମହାନ୍ତି
- କଂଗ୍ରେସର ନୂଆ ମୁହଁ
- ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
- ହରିଆଣା କ୍ୟାଡର ଆଇଏଏସ୍ (ଅତିରିକ୍ତ ମୁଖ୍ୟ ଶାସନ ସଚିବ)

ବିଜେପି: ନୟନକିଶୋର ମହାନ୍ତି
- ୩ ଥର ନିର୍ବାଚନ ଲଢି ପରାଜିତ
- ପୂର୍ବତନ ରାଷ୍ଟ୍ରୀୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି
- ଆରଏସଏସ୍ ସଦସ୍ୟ

ନିର୍ବାଚନ ମଣ୍ଡଳୀ ତଥ୍ୟ
- ଚୌଦ୍ୱାର, କଟକର ୧୯ଟି ୱାର୍ଡ, ଚାରବାଟିଆ ଏବଂ ଟାଙ୍ଗୀ-ଚୌଦ୍ୱାରର ୪ଟି ପଂଚାୟତକୁ ନେଇ ଗଠିତ
- ୧୯୬୧ରେ ଗଠିତ ନିର୍ବାଚନମଣ୍ଡଳୀ
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- କଂଗ୍ରେସର କାହ୍ନୁଚରଣ ଲେଙ୍କା ୪ଥର ବିଧାୟକ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୦ ହଜାର ୧୧୨
- ମତ ଦେଇଥିଲେ – ୧ ଲକ୍ଷ ୩୦ ହଜାର ୧୭୬
- ଭୋଟଦାନ ହାର – ୬୧.୯୬%

୨୦୧୪ର ଫଳାଫଳ
ପ୍ରାର୍ଥୀ                                ଦଳ               ଭୋଟ              ପ୍ରତିଶତ          ଫଳାଫଳ
ପ୍ରଭାତ ରଞ୍ଜନ ବିଶ୍ୱାଳ           ବିଜେଡି          ୭୦,୮୮୦           ୫୪.୪୫%         ବିଜୟୀ
ସୁରେଶ ମହାପାତ୍ର               କଂଗ୍ରେସ         ୨୯,୪୯୫            ୨୨.୬୬%         ପରାସ୍ତ
ନୟନ କିଶୋର ମହାନ୍ତି         ବିଜେପି          ୨୪,୬୫୧            ୧୮.୯୪%          ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ପ୍ରଭାତ ରଞ୍ଜନ ବିଶ୍ୱାଳ ନିର୍ବାଚନ ଜିତିଥିଲେ
- ୭୦ ହଜାର ୮୮୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ପରାସ୍ତ କରିଥିଲେ
- ୪୧ ହଜାର ୩୮୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ