କନକ ବ୍ୟୁରୋ : ବାଙ୍କୀ ଗଡ ହାତେଇବ କିଏ? ସମ୍ମାନଜନକ ବାଙ୍କୀ ଆସନ ହାତେଇବା ପାଇଁ ଚଳିତ ଥର ବିଗ୍ ଫାଇଟ ଦେଖିବାକୁ ମିଳିବ । ଏହି ଗଡ ଦଖଲ କରିବା ପାଇଁ କଂଗ୍ରେସ ନିଜର ପୁରୁଣା ସିପାହୀଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ ବିଜେଡି ନୂଆ ଯୋଦ୍ଧାଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ରଙ୍କୁ ଓହ୍ଲାଇଛନ୍ତି । ତେବେ ଗତ ନିର୍ବାଚନରେ କେଉଁ ଦଳର ପ୍ରଦର୍ଶନ କିଭଳି ଥିଲା ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ଦେବୀରଞ୍ଜନ ତ୍ରିପାଠୀ
କଂଗ୍ରେସ: ଦେବାଶିଷ ପଟ୍ଟନାୟକ
ବିଜେପି: ଶୁଭ୍ରାଂଶୁ ମୋହନ ପାଢୀ
ବିଜେଡି: ଦେବୀରଞ୍ଜନ ତ୍ରିପାଠୀ
- ୪ଥରର ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ
- ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି
- ବାପାଙ୍କ ବଦଳରେ ଟିକେଟ୍ ମିଳିଛି
କଂଗ୍ରେସ: ଦେବାଶିଷ ପଟ୍ଟନାୟକ
- ୨୦୦୪ରେ ବିଧାୟକ
- ୨୦୦୯ରେ ପରାଜିତ
- ୨୦୧୪ରେ ବେଗୁନିଆରୁ ଲଢି ପରାଜିତ
- ୨୦୧୯ରେ ପୁଣି ବାଙ୍କୀରୁ ଲଢୁଛନ୍ତି
ବିଜେପି: ଶୁଭ୍ରାଂଶୁ ମୋହନ ପାଢୀ
- ୨୦୦୯ରେ ପରାଜିତ
- ୨୦୧୪ରେ ସ୍ୱାଧୀନ ଭାବେ ଲଢି ପରାଜିତ
- ତୃତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ବାଙ୍କୀ , ବାଙ୍କୀ-ଡମପଡା ବ୍ଳକ୍ ଏବଂ ବାରଙ୍ଗ ବ୍ଳକ୍କୁ ନେଇ ବାଙ୍କୀ ନିର୍ବାଚନମଣ୍ଡଳୀ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେଡିର ପ୍ରଭାତ ତ୍ରିପାଠୀ ୪ଥର ବିଧାୟକ
- ଯୋଗେଶ ଚନ୍ଦ୍ର ରାଉତ ୪ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୭୩୯
- ମତ ଦେଇଥିଲେ – ୧ ଲକ୍ଷ ୪୬ ହଜାର ୧୯୫
- ଭୋଟଦାନ ହାର – ୭୬.୬୫%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଭାତ କୁମାର ତ୍ରିପାଠୀ ବିଜେଡି ୮୫,୮୦୯ ୫୮.୬୯% ବିଜୟୀ
ରବିନ୍ଦ୍ର କୁମାର ମଲିକ କଂଗ୍ରେସ ୪୨,୦୫୧ ୨୮.୭୬% ପରାସ୍ତ
ଅଜୟ କୁମାର ସ୍ୱାଇଁ ବିଜେପି ୮,୬୭୨ ୫.୯୩% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ପ୍ରଭାତ କୁମାର ତ୍ରିପାଠୀ ନିର୍ବାଚନ ଜିତିଥିଲେ
- ୮୫ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲିକଙ୍କୁ ପରାସ୍ତ କରିଥିଲେ
- ୪୩ ହଜାର ୭୫୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ