କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଉ କିଛି ସମୟ ପରେ ଏହା ଉପରୁ ହଟିବ ପରଦା । ଏସବୁ ଭିତରେ ଏବେ ମଧ୍ୟପ୍ରଦେଶରେ ଚାଲିଛି ବିଧାୟକ ଦଳର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଚାଲିଛି ଏହି ବୈଠକ । ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଲାଗିବ ମୋହର ।

Advertisment

ମଧ୍ୟପ୍ରଦେଶର କିଏ ହେବ ମୁଖିଆ, ସମସ୍ତଙ୍କ ନଜର ସେଠାରେ କେନ୍ଦ୍ରିତ ହୋଇ ରହିଛି । ଶିବରାଜ ସିଂହ ଚୌହ୍ୱାନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲାଗିଛନ୍ତି । ଏମପିର ଲୋକପ୍ରିୟ ନେତା ସେ ବୋଲି ନିଜ କାର୍ଯ୍ୟକ୍ରମ ଜରିଆରେ ଜଣାଇବାକୁ ଚେଷ୍ଟା ଚଳାଇଛନ୍ତି ଶିବରାଜ । ସେପଟେ ରେସରେ ଆହୁରି ବଡ ବଡ ନେତା ବି ରହିଛନ୍ତି । ମଧ୍ୟପ୍ରଦେଶରେ ବହୁମତ ପାଇଁ ୧୧୬ଟି ଆସନ ଆବଶ୍ୟକ ଥିବାବେଳେ ବିଜେପି ୧୬୩ଟି ଆସନରେ ବିଜୟ ହାସଲ କରିଛି । ଗତ ୩ ତାରିଖରୁ ଫଳାଫଳ ଘୋଷଣା ହୋଇଥିଲେ ବର୍ତମାନ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା । ବିଷ୍ଣୁଦେବ ସାଏ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଖୁବଶୀଘ୍ର ଶପଥ ନେଇପାରନ୍ତି । ସେହିପରି ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ରମଣ ସିଂହଙ୍କୁ ବାଚସ୍ପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।