କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି କରିବେ ନିଷ୍ପତ୍ତି । ରେସରେ ୧୦୦ ଆଇପିଏସ୍ ଅଧିକାରୀ

Advertisment
କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି କରିବେ ନିଷ୍ପତ୍ତି । ରେସରେ ୧୦୦ ଆଇପିଏସ୍ ଅଧିକାରୀ

କନକ ବ୍ୟୁରୋ : କିଏ ହେବ ସିବିଆଇର ପରବର୍ତ୍ତୀ ମୁଖ୍ୟ ? । ଏନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଆଜି ବୈଠକ କରି ନିଷ୍ପତ୍ତି ନେବେ । ଏହି କମିଟିରେ ନେତା ପ୍ରତିପକ୍ଷ ଅଧିର ରଂଜନ ଚୌଧୁରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନବି ରମଣା ସାମିଲ ଅଛନ୍ତି । ଏହି କମିଟି ସିବିଆଇର ପରବର୍ତ୍ତୀ ମୁଖ୍ୟପଦ ପାଇଁ ୧୯୮୪-୧୯୮୭ୂ ବ୍ୟାଚର ଆଇପିଏସ ଅଧିକାରୀଙ୍କ ନାମ ଉପର ଚର୍ଚ୍ଚା କରିବେ ।

୧୯୮୪ ବ୍ୟାଚ୍ ଆସାମ-ମେଘାଳୟ କ୍ୟାଡର ଆଇପିଏସ୍ ଅଧିକାରୀ ତଥା ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ନିର୍ଦ୍ଦେଶକ ଜେନରାଲ ୱାଇସି ମୋଦି, ବିଏସଏଫ ଡାଇରେକ୍ଟର ଜେନେରାଲ (ଗୁଜୁରାଟ କ୍ୟାଡର) ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନା, ଆଇଟିବିପିର ଡାଇରେକ୍ଟର ଜେନରାଲ (ହରିଆଣା କ୍ୟାଡର) ଆଇପିଏସ୍ ଏସକେ ଦେସୱାଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।

ଏହା ବ୍ୟତୀତ ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ (ଉତରପ୍ରଦେଶ) ପୋଲିସ ମହାନିର୍ଦ୍ଦେଶକ ଏଚସି ଅବସ୍ଥି, କେରଳର ଡିଜିପି ଲୋକନାଥ ବେହେରା, ଆରପିଏଫ୍ ଡିଜି ଅରୁଣ କୁମାର ଓ ସିଆଇଏସଏଫ୍ ର ମହାନିର୍ଦ୍ଦେଶକ ଏସ.କେ ଜୟସୱାଲ ଙ୍କ ନାମ ବି ଏହି ପଦ ପାଇଁ ଦୈଡରେ ଅଛି । କୁହାଯାଇଛି କି, ୧୯୮୪-୮୭ ବ୍ୟାଚର ୧୦୦ ଜଣ ଆଇପିଏସ ଅଧିକାରୀଙ୍କ ନାମ ଉପରେ ବିଚାର କରିବ ଏହି କମିଟି ।

ନିୟମ ମୁତାବକ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଚୟନ କମିଟି ବରିଷ୍ଠତା ଓ ଭ୍ରଷ୍ଟାଚାର ବିରୋଧୀ ମାମଲା ଯାଂଚରେ ଅଧିକ ଅନୁଭବ ଥିବା ଅଧିକାରୀଙ୍କୁ ଅଗ୍ରାଧିକାର ଦିଆଯିବ ।

କହିରଖୁ କି ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ନିଯୁକ୍ତି ମାତ୍ର ୨ ବର୍ଷ ପାଇଁ କରାଯାଇଥାଏ । ଦୁଇବର୍ଷ ପୁରଣ ହେବା ପରେ ଆରକେ ଶୁକ୍ଳା ସିବିଆଇର ନିର୍ଦ୍ଦେଶକ ପଦରୁ ଚଳିତ ବର୍ଷ ଫେବୃଆରୀ ମାସରେ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ସିବିଆଇର ସବୁଠାରୁ ବରିଷ୍ଠ ଆଡିସନାଲ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଦାୟିତ୍ୱ ତୁଲାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe