କନକ ବ୍ୟୁରୋ: କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଅମରିନ୍ଦରଙ୍କ ଇସ୍ତଫା ପରେ ଚାଲିଛି ଆକଳନ । ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସୋନିଆଙ୍କ ହାତରେ ଛଡ଼ାଯାଇଛି ନୂଆ ନେତା ବାଛିବାର ଦାୟିତ୍ୱ । ହେଲେ ଏହି ବୈଠକରେ ଗତକାଲି କ୍ୟାପଟେନ ଅମରିନ୍ଦର ସିଂ ଯୋଗ ଦେଇନଥିଲେ ମଧ୍ୟ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ତାଙ୍କର ଅବଦାନର ପ୍ରଶଂସା କରାଯାଇଥିଲା । ଏହି ବୈଠକରେ ୮୦ ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଉପସ୍ଥିତ ଥିଲେ ।
ତେବେ ଆଜି ପୁଣି ଦିନ ୧୧ଟାରେ ବସିବ ବିଧାୟକ ଦଳ ବୈଠକ । ହରିଶ ରାୱତ, ଅଜୟ ମାକନ ଏହି ବୈଠକରେ ଯୋଗ ଦେବେ । ଅମରିନ୍ଦରଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ଏହି ବୈଠକରେ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାଁକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ସେମାନେ ହେଲେ ସୁନିଲ ଜାଖଡ଼, ନବଜ୍ୟୋତ ସିଂହ ସିଦ୍ଧୁ, ସୁଖଜିନ୍ଦର ସିଂହ ରନ୍ଧାୱା ଏବଂ ପ୍ରତାପ ସିଂହ ବାଜୱା ।
ସୂଚନାଯାଗ୍ୟ ଯେ, ପଞ୍ଜାବ ବିଧାନସଭାରେ ମୋଟ ୧୧୭ ଆସନରୁ କଂଗ୍ରେସ ପାଖରେ ୮୦ ଆସନ ରହିଥିବା ବେଳେ ଆମ୍ ଆଦମୀ ପାର୍ଟିର ୧୬ ଏବଂ ଅକାଳୀ ଦଳର ୧୪ ଆସନ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ କହିଛନ୍ତି ୨ ମାସ ଭିତରେ ମୋତେ ୩ଥର ଦିଲ୍ଲୀ ଡ଼କାଇ ଆଲୋଚନା କରାଯାଇଥିଲା ଏବଂ ମୋ ଉପରେ ଦଳର ହାଇକମାଣ୍ଡ ଖୁସି ନଥିବା ସେ ଅନୁଭବ କରିଥିବା କହିଥିଲେ । ଏହାସହ ସେ କହିଛନ୍ତି ରାଜନୀତିରେ ସେ ୫୨ ବର୍ଷ ଧରି ରହିଛନ୍ତି । ଏତେ ଅପମାନିତ ହେବା ସତ୍ତେ୍ୱ ସେ କଂଗ୍ରେସ ଦଳରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/3-30.jpg)