ଭାରତୀୟ ଟେଷ୍ଟ ଟିମର କିଏ ହେବ ଆଗାମୀ କ୍ୟାପଟେନ ? କୋହଲିଙ୍କ ପଦ ଛାଡିବା ପରେ ଚର୍ଚ୍ଚାରେ ୩ ନାମ ।

205

କନକ ବ୍ୟୁରୋ : ଭାରତୀୟ ଟେଷ୍ଟ ଦଳର କିିଏ ହେବ ପରବର୍ତ୍ତୀ କ୍ୟାପଟେନ୍ ? ବିରାଟ କୋହଲି କ୍ୟାପଟେନ୍ ପଦ ହଠାତ୍ ଛାଡିବା ପରେ ଏମିତି ଚର୍ଚ୍ଚା ଜୋର ଧରିଛି । ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ଋଷଭ ପନ୍ତଙ୍କ ନାଁ ଏହି ଦୌଡରେ ଅଛି । ଭାରତୀୟ ବୋର୍ଡ କାହା ନାମରେ ମୋହର ମାରୁଛି ଏବେ ତାକୁ ହିଁ ଅପେକ୍ଷା ।

ଭାରତୀୟ ଟେଷ୍ଟ ଟିମର କିଏ ହେବ ଆଗାମୀ କ୍ୟାପଟେନ ? କୋହଲିଙ୍କ ପଦ ଛାଡିବା ପରେ ଚର୍ଚ୍ଚାରେ ୩ ନାମ । ରୋହିତ ଶର୍ମା, ଲୋକେଶ ରାହୁଲ ନା ରିଷଭ ପନ୍ତ ? ଭାରତୀୟ ଟେଷ୍ଟ କ୍ୟାପଟେନ ପଦରୁ ହଠାତ୍ ବିରାଟ କୋହଲିଙ୍କ ସନ୍ୟାସ, ବିସିସିଆଇ ଆଗରେ ବଡସଙ୍କଟ ଠିଆ କରିଛି । ବିରାଟଙ୍କ ପରେ କାହାକୁ ଆଗାମୀ ଟେଷ୍ଟ କ୍ୟାପେଟନ୍ ବାଛିବ ବୋର୍ଡ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏହାର କାରଣ ଏହି ଦୌଡରେ ଭାରତୀୟ ଦଳର ୩ ଜଣ ଖେଳାଳିଙ୍କ ନାଁ ସାମ୍ନାକୁ ଆସୁଛି । ରୋହିତ ଶର୍ମା, ଲୋକେଶ ରାହୁଲ ନା ରିଷଭ ପନ୍ତ, ଏହି ୩ ଜଣଙ୍କ ମଧ୍ୟରୁ ବୋର୍ଡ କୌଣସି ଜଣଙ୍କ ନାଁରେ ମୋହର ମାରିପାରେ ।

୧-ରୋହିତ ଶର୍ମା 

ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ଦୌଡରେ ସବୁଠାରୁ ଆଗରେ ରହିିଛି ରୋହିତ ଶର୍ମାଙ୍କ ନାଁ । ବର୍ତମାନ ରୋହିତ ଶର୍ମା ଭାରତୀୟ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ରହିଛନ୍ତି । ଏହି କାରଣରୁ ତାଙ୍କୁ ବୋର୍ଡ ଟେଷ୍ଟ ଟିମର ଅଧିନାୟକ ଭାର ଦେବାକୁ ବିଚାର କରିବ । ଟେଷ୍ଟ ଦଳର ଉପଅଧିନାୟକ ରହି ଆସିଛନ୍ତି ସେ । ୨୦୨୧ ମସିହା ଠାରୁ କଙ୍ଗାରୁ ଦଳ ବିପକ୍ଷରେ ତାଙ୍କର ଖେଳ ଓ ଦଳର ନେତୃତ୍ୱ କ୍ଷମତା ଜଣାପଡିଛି । ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକ ହେବା ବାଟରେ କଣ୍ଟା ରହିଛି । ବାରମ୍ବାର ଆଘାତ ସମସ୍ୟା ରୋହିତ ଶର୍ମାଙ୍କ ପାଇଁ ଅଡୁଆ ତିଆରି କରିପାରେ । ଦିନିକିଆ, ଟି-୨୦ ପରେ ଟେଷ୍ଟ ଟିମର ଅଧିନାୟକ ଭାର ଚାପକୁ ରୋହିତ କେମିତି ତୁଲାଇବେ ଅନ୍ୟ ଏକ ପ୍ରସଙ୍ଗ ।

୨-ଲୋକେଶ  ରାହୁଲ

ଭାରତୀୟ ଦିନିକିଆ କ୍ରିକେଟ ଦଳର ଉପ ଅଧିନାୟକ ଅଛନ୍ତି କେଏଲ ରାହୁଲ । ରୋହିତ ଏବଂ ବିରାଟଙ୍କ ଅନୁପସ୍ଥିତିରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଭାର ତୁଲାଇଥିଲେ । ଆଇପିଏଲରେ ମଧ୍ୟ ପଂଜାବ କିଙ୍ଗସ ଅଧିନାୟକ ଭାର ତୁଲାଇ ସାରିଛନ୍ତି । ଜାତୀୟ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ତାଙ୍କ ନିକଟରେ ନାହିଁ । ଖେଳାଳି ଭାବରେ ରାହୁଲ ଚମତ୍କାର ଖେଳାଳି । ଏହି ଯୁବ ଖେଳାଳି ଦଳକୁ କେମିତି ନେତୃତ୍ୱ ଦେବେ, ଦଳର ଖେଳାଳିଙ୍କୁ ସେ କେମିତି ପରିଚାଳନା କରିବେ ତାହା ଦେଖିବାର କଥା । ରୋହିତ ଶର୍ମାଙ୍କ ପରେ ଚୟନ କର୍ତ୍ତା ରାହୁଲଙ୍କ ହାତରେ ଟେଷ୍ଟ ଦଳର ନେତୃତ୍ୱ ଦେବାକୁ ବିଚାର କରିପାରନ୍ତି ।

୩- ରିଷଭ ପନ୍ତ

ଭାରତୀୟ ଟେଷ୍ଟ ଦଳ ପାଇଁ ଅଧିନାୟକ ଦୌଡରେ ଅଛନ୍ତି ଯୁବ ୱିକେଟକିପର ରିଷଭ ପନ୍ତ । ୨୦୨୧ରେ ଗାବାଟେଷ୍ଟରେ ସେ ତାଙ୍କର ଚାପ ସମ୍ଭାଳି ଖେଳ ଦେଖାଇବା ଗୁଣ ପ୍ରମାଣ କରି ଐତିହାସିକ ବିିଜୟ ଦେଇ ସାରିଛନ୍ତି । ୨୦୨୨ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଛନ୍ତି ସେ । ଜାତୀୟଦଳର ନେତୃତ୍ୱ ତାଙ୍କ ପାଇଁ ନୂଆ ରହିବ । କିନ୍ତୁ ୨୦୨୩ ଦିନିକିଆ ବିଶ୍ୱକପ୍ ଦୃଷ୍ଟିରୁ ରୋହିତ ଶର୍ମାଙ୍କୁ ଚାପମୁକ୍ତ ରଖିବାକୁ ହେଲେ ଟେଷ୍ଟ ପାଇଁ ନୂଆ ଅଧିନାୟକ ଖୋଜିବ ବୋର୍ଡ । ଆଉ ଏତିକି ବେଳେ ପନ୍ତ କ୍ୟାପଟେନ ଏବଂ ଲୋକେଶ ରାହୁଲ ଟେଷ୍ଟ ଦଳର ଉପ ଅଧିନାୟକ ଏକ ଭଲ ବିକଳ୍ପ ହୋଇପାରେ । ଏପରି ସମୟରେ ବୋର୍ଡ କେଉଁ ନିଷ୍ପତି ନେବ ତାହା ଦେଖିବାର ଅଛି ।