କନକ ବ୍ୟୁରୋ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସରିବ ଆଉ ରାଜ୍ୟରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆଗୁଆ ବନ୍ଦ ହୋଇପାରେ ବୋଲି ଗୋଟିଏ ମହଲର ଯୁକ୍ତି । ମୋଦୀଙ୍କ ସହ ତାଳ ଦେଇ ନବୀନ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନକୁ ଯାଇପାରନ୍ତି । କାରଣ ଏହି ଅଧିବେଶନରେ ଆସିବାକୁ ଯାଉଛି ଅତିରିକ୍ତ ବଜେଟ୍ । ସ୍ୱାଭାବିକ ଭାବେ ନିର୍ବାଚନକୁ ଗଲେ, ବିଧାନସଭାର ଆଉ ଗୋଟିଏ ଅଧିବେଶନ ବାକି ରହିଛି । ତେଣୁ ଅତିରିକ୍ତ ବଜେଟ୍ ଆଗୁଆ ନିର୍ବାଚନର ସନ୍ଦେହକୁ ବଢାଇ ଦେଇଛି ।

Advertisment

ହଠାତ୍ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରିମ କେଶରୀ ଆରୁଖ । ଏହାରି ଭିତରେ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ବାଚସ୍ପତି ନିର୍ବାଚନ ହୋଇପାରିନାହି । ସାମ୍ବିଧାନିକ କାର୍ଯ୍ୟ ବି ବାଧାପ୍ରାପ୍ତ ହୋଇଥିବା କହିଆସୁଛନ୍ତି ବିରୋଧୀ । ଏସବୁ ଭିତରେ ବିଧାସଭାର ମୌସୁମୀ ଅଧିବେଶ ତାରିଖ ଘୋଷଣା ହୋଇଛି । ଆସନ୍ତା ସେପଟେମ୍ବର ୨୨ରୁ ଆରମ୍ଭ ହେବ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବ ଗୃହ । ଅକ୍ଟୋବର ୩ରେ ଗୃହରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ । ଆଉ ଏହାରି ମଧ୍ୟରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ ।