କନକ ବ୍ୟୁରୋ: ନୂଆ ଡିଜିପି ଚୟନ ପାଇଁ ଆରମ୍ଭ ହେଲାଣି ପ୍ରକ୍ରିୟା। ତିନି ବରିଷ୍ଠ ଆଇପିଏସଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର। ୩ ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟ, ଏସ୍ ଏମ୍ ନରଭାଣେ ଏବଂ ୱାଇ. ବି. ଖୁରାନିଆଙ୍କ ତଥ୍ୟ ମଗାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ-ଷ୍ଟେସନାରୀ ଏବଂ ପବ୍ଲିକେସନରେ ନିର୍ଦ୍ଦେଶକ ଅଛନ୍ତି। ୧୯୮୯ ବ୍ୟାଚ ଆଇପିଏସ୍ ଏସ୍. ଏମ୍ ନରଭାଣେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି। ୧୯୯୦ ବ୍ୟାଚ୍ର ୱାଇ ବି ଖୁରାନିଆ ଏବେ ଦିଲ୍ଲୀ ବିଏସଏଫ୍ ହେଡକ୍ୱାର୍ଟରରେ ସ୍ୱତନ୍ତ୍ର ଡିଜି ଦାୟୀତ୍ୱରେ ରହିଛନ୍ତି।