ଧାମୀ ଧରାଶାୟୀ, ଏବେ କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ମୁଖ୍ୟମନ୍ତ୍ରୀ ରେସରେ ଏବେ ବିଜେପିର କେଉଁ ନେତାଙ୍କ ନାଁ ଆଗରେ ରହିଛି?

Advertisment
ଧାମୀ ଧରାଶାୟୀ, ଏବେ କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ମୁଖ୍ୟମନ୍ତ୍ରୀ ରେସରେ ଏବେ ବିଜେପିର କେଉଁ ନେତାଙ୍କ ନାଁ ଆଗରେ ରହିଛି?

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି । କଂଗ୍ରେସର ଭୁବନ ଚନ୍ଦ କାପଡିଙ୍କ ଠାରୁ ୬୫୭୯ ଭୋଟରେ ପୁଷ୍କର ପରାଜିତ ହେବା ପରେ ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଷ୍କର ସିଂ ଧାମୀ ପରାଜିତ ହେବା ପରେ ଏବେ ଉତ୍ତରାଖଣ୍ଡରେ ଅନେକ ନାଁ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଛି । ଯେଉଁମାନଙ୍କ ମଧ୍ୟରେ ଧନ ସିଂ ରାୱତ, ସତ୍ୟପାଳ ମହାରାଜ ଓ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ରହିଛନ୍ତି । ସେହିଭଳି ମସୁରୀରୁ ବିଧାୟକ ଥିବା ଗଣେଶ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ରହିଛନ୍ତି ।

ଉତ୍ତରାଖଣ୍ଡରେ ମୋଟ ୭୦ ଆସନର ଫଳାଫଳ ଆସିଥିବା ବେଳେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬ ଆସନ । ଅଥାର୍ତ ୩୬ ଆସନରେ ବିଜୟୀ ହେଲେ ସରକାର ଗଢିବା ପାଇଁ ସୁଯୋଗ ମିଳିବ । ଉତ୍ତରାଖଣ୍ଡ ଇତିହାସରେ ଏଯାବତ କୌଣସି ଦଳ ଲଗାତାର ୨ ଥର ଶାସନ କ୍ଷମତାକୁ ଆସିନାହିଁ । ଅଥାର୍ତ ଏଠାରେ ଥରେ ବିଜେପି ସରକାର ହେଲେ ପରବର୍ତ୍ତୀ ଥର କଂଗ୍ରେସ ସରକାର ଗଢୁଥିଲା । କିନ୍ତୁ ଏଥର ଇତିହାସ ବଦଳିବାକୁ ଯାଉଛି । କାରଣ ଲଗାତାର ୨ ଥର ପାଇଁ କ୍ଷମତାକୁ ଆସିବ ବିଜେପି । ଆଉ ଏହି ଫଳାଫଳ ଏବେ ବିଜେପି ଶିବିରକୁ ବେଶ ଉତ୍ସାହିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe