କନକ ବ୍ୟୁରୋ: ଇସ୍ତଫା ଦେଲେ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅସିତ ତ୍ରିପାଠୀ । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରାଯାଇଛି । ଡିସେମ୍ୱର ୨୫ , ୨୦୨୦ରେ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶାର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ ତକ୍ରାଳୀନ ସରକାର । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଇସ୍ତଫାକୁ ସରକାର ଗ୍ରହଣ କରିନେଇଛନ୍ତି । ତେବେ ତ୍ରିପାଠୀ ରାଜ୍ୟ ସରକାରଙ୍କୁ କେବେ ନିଜର ଇସ୍ତଫା ପତ୍ର ପଠାଇଥିଲେ ତାହା ଜଣାପଡିନି ।
ଜୁନ ୧୨ ତାରିଖରୁ ବିଜେପି ସରକାର ଆସିଥିଲେ ବି ଇସ୍ତଫା ଦେଇନଥିଲେ ଅସିତ ତ୍ରିପାଠୀ । ତେବେ ସେ ତାଙ୍କ ଇଛାରେ ଇସ୍ତଫା ଦେଇଛନ୍ତି ନା ସରକାରଙ୍କ ଚାପରେ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଅସିତ ତ୍ରିପାଠୀ ମୁଖ୍ୟ ସଚିବ ଭାବେ ଅବସର ନେବା ପୂର୍ବରୁ ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ତତକାଳୀନ ସରକାର ନିଯୁକ୍ତି ଦେଇଥିଲେ । ଏବେ ଅସିତଙ୍କ ଇସ୍ତଫା ପରେ କିଏ ନୂଆ ଅଧ୍ୟକ୍ଷ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି ।