କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ପାଇଁ ଏକ ଶକ୍ତିଶାଳୀ ଟିମ୍ ପ୍ରସ୍ତୁତ କରିଛି ପଞ୍ଜାବ କିଙ୍ଗସ । ୨୦୨୨ ଆଇପିଏଲ ଅକ୍ସନରେ ଶିଖର ଧାୱନ, ଲିୟାମ ଲିଭିଙ୍ଗଷ୍ଟୋନ, କାଗିସୋ ରାବାଡା, ଜନି ବେୟାରଷ୍ଟୋ, ଶାହରୁଖ ଖାନଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗସ । ତେବେ କିଏ ହେବ ପଞ୍ଜାବର କ୍ୟାପଟେନ୍, ତାକୁ ନେଇ ଏବେ ଦ୍ୱନ୍ଦ୍ୱ ବଢିଛି ।
ବିଶେଷ କରି ଦୁଇ ଜଣ ଖେଳାଳୀଙ୍କ ନାଁକୁ ନେଇ ଚର୍ଚ୍ଚା । ଶିଖର ଧାୱନ ଏବଂ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଦଳ ଅଧିନାୟକ ପଦ ଦେଇପାରେ ବୋଲି କୁହାଯାଉଛି । ପୂର୍ବ ସିଜିନ ଗୁଡିକରେ ପଞ୍ଜାବ କିଙ୍ଗସ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ । ତେବେ ଗତ ସିଜିନରେ ଦଳ ୬ ନମ୍ବର ସ୍ଥାନରେ ରହି ପ୍ଲେ-ଅଫ୍ସ ଦୌଡରୁ ବାଦ ପଡିଥିଲା । କିନ୍ତୁ ଚଳିତଥର ପଞ୍ଜାବ କିଙ୍ଗସ ପାଖରେ ଅନେକ ଷ୍ଟାର ଖେଳାଳୀ ରହିଥିବାରୁ ଏକ ନୂଆ ଆଶା ନେଇ ଏଥର ମୈଦାନକୁ ଓହ୍ଲାଇବ ଦଳ ।