କନକ ବ୍ୟୁରୋ: କିଏ ହେବ ବରଗଡ଼ ଧନୁଯାତ୍ରାର କଂସ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂଆ କରି ହେବ କଳାକାର ଚୟନ । ଏଥିପାଇଁ ଜିଲ୍ଲାପାଳଙ୍କ ଅଫିସରେ ଏକାଧିକ କଳାକାର ଆବେଦନ କରିଛନ୍ତି । ଏଥିପାଇଁ ଯୋଗ୍ୟତା ହେଲା ଖୋଲା ମଂଚରେ ବିନା ପାଣ୍ଡୁଲିପିରେ ଅଭିନୟ ଦକ୍ଷତା । ଆଉ ସର୍ତ ରହିଛି ଏଠି ଅଭିନୟ କରୁଥିବା କଳାକାର ଅନ୍ୟସ୍ଥାନରେ ସେହି ଭୂମିକାରେ ଅଭିନୟ କରିପାରିବେ ନାହିଁ । ସବୁଠାରୁ ବଡ଼ କଥା ହେଉଛି ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି କଂସ ମହାରାଜ । ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ । ତାଙ୍କୁ ଆଧାରକରି ହୋଇଥାଏ ଧନୁଯାତ୍ରା ।
ତେଣୁ ଏହି ଚରିତ୍ରର ଡିମାଣ୍ଡ ଅଧିକ । କଂସ ଭୂମିକା ପାଇଁ ନାମୀ ଦାମୀ କଳାକାରଙ୍କ ଇଛାଥାଏ । କାରଣ କଳା ପ୍ରଦର୍ଶନ ସହ ଏଥିରେ ଆଧ୍ୟାତ୍ମିକ ଦିଗ ମଧ୍ୟ ରହିଛି । ଏହି ଭୂମିକା ପାଇଁ ୫୦ରୁ ଅଧିକ କଳାକାର ଆଶାୟୀ ଅଛନ୍ତି । ଏ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂରିବ । ହରୀକ ଜୟନ୍ତି ପାଳନ କରିବ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଂଚର ନାଟକ । ଡ଼ିସେମ୍ବର ୨୩ ରୁ ଜାନୁଆରୀ ୬ ତାରିଖ ଯାଏ ହେବ ବରଗଡ଼ ଧନୁଯାତ୍ରା । ତେଣୁ ଏଥର ଯାତ୍ରାକୁ ଆହୁରି ଅଧିକ ଆକର୍ଶଣୀୟ କରିବାକୁ ଲକ୍ଷ୍ୟ ରଖିଛି ଧନୁଯାତ୍ରା ମହୋତ୍ସବ ସମିତି । ଏଥର କିଏ ହେବ କଂସ ଏନେଇ କଳାକାରଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।
କିଏ ହେବ ବରଗଡ଼ ଧନୁଯାତ୍ରାର କଂସ
ଅକ୍ଟୋବର ୩୧ ଆବେଦନର ଶେଷ ତାରିଖ
ଅଫଲାଇନ୍ ଓ ଅନଲାଇନରେ ଆବେଦନ କରୁଛନ୍ତି କଳାକାର
କଂସ ଭୂମିକା ପାଇଁ ଏକାଧିକ ଆଶାୟୀ
ବର୍ତମାନ ସୁଦ୍ଧା ୧୯ ଜଣ କଲେଣି ଆବେଦନ
ବରଗଡ଼, ସୋନପୁର,ବଲାଙ୍ଗୀର, ବୌଦ୍ଧ ଓ ନୟାଗଡ଼ରୁ କଳାକାରଙ୍କ ଆବେଦନ
କଂସ ଭୂମିକା ପାଇଁ ବୟସ ସୀମା ୧୮ରୁ ୬୦
ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି କଂସ
କଂସ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ
ଧନୁଯାତ୍ରା ପାଇଁ ୫୬ ଜଣ କଲେଣି ଆବେଦନ
ମହାମନ୍ତ୍ରୀ ପାଇଁ ୩ଜଣ
ସାର୍ତକୀ ପାଇଁ ୪ ଜଣ
ଚାଣୁର ପାଇଁ ୫ଜଣ
ମୁଷ୍ଟିକ ପାଇଁ ୨ଜଣ
ଅକ୍ରୁର ପାଇଁ ୪ଜଣ
ଉଗ୍ରେସନ ପାଇଁ ୨ଜଣ
ବାସୁଦେବ ପାଇଁ ୩ଜଣ
ନାରଦ ପାଇଁ ୪ଜଣ
ସେନାପତି ପାଇଁ ୧୦ଜଣ ଆବେଦନ କଲେଣି
Follow Us