କିଏ ହେବ ଲୋକସଭାର ଉପ-ବାଚସ୍ପତି? ପଦକୁ ନେଇ ସରକାର ଏବଂ ବିରୋଧି କଥା କଟାକଟି । ଅବଧେଶ ପ୍ରସାଦଙ୍କୁ ପଦ ଦେବାକୁ ସମାଜବାଦି ପାର୍ଟିର ଦାବି

914

କନକ ବ୍ୟୁରୋ: ଖାଲି ପଡିବ କି ଲୋକସଭାରେ ଉପ ବାଚସ୍ପତି ପଦ? ୧୮ତମ ଲୋକସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପ-ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି । ସରକାରଙ୍କ ତରଫରୁ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଡେପୁଟି ସ୍ପିକର କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

  • ଖାଲି ପଡିବ କି ଲୋକସଭାରେ ଉପ-ବାଚସ୍ପତି ପଦ ? 
  • ପଦକୁ ପାଖରେ ରଖିବାକୁ ଏନଡିଏ-ଇଣ୍ଡିଆ ବ୍ଲକ୍ ମୁହାଁମୁହିଁ

୧୮ତମ ଲୋକସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପ-ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି । ସରକାରଙ୍କ ତରଫରୁ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଡେପୁଟୀ କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏହାରି ଭିତରେ ଓମ ବିର୍ଲା ଲୋକସଭା ପରିଚାଳନା ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଯେଉଁମାନେ ତାଙ୍କ ଉପସ୍ଥିତିରେ ଲୋକସଭା ବାଚସ୍ପତି ଭାବରେ ପରିଚାଳନା ଦାୟିତ୍ୱ ତୁଲାଇବେ । ଯାହାକୁ ନେଇ ଚର୍ଚ୍ଚା ଏହା ବି ହେଉଛି ଯ, ଏନଡିଏ ହୁଏତ ଡେପୁଟି ପଦ ଖାଲି ରଖିବାକୁ ଚାହୁଁଛି।

ସେପଟେ ଇଣ୍ଡିଆ ବ୍ଲକ୍ ସପା ସାଂସଦ ଅବଧେଶ ପ୍ରସାଦଙ୍କୁ ଡେପୁଟି ପଦ ଦେବା ପାଇଁ ଅଡି ବସିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଓମ ବିର୍ଲା ତାଙ୍କୁ ବି ନିଜ ସହଯୋଗୀ ପ୍ୟାନେଲରେ ରଖି ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛନ୍ତି । ବିର୍ଲାଙ୍କ ଟିମରେ ୯ ଜଣ ସଦସ୍ୟ ରହିଛନ୍ତି । ଏଥିରେ ବିଜେପିରୁ ୪, କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ ଓ ଟିଡିପିରୁ ଜଣେ ଲଖାଏଁ ରହିଛନ୍ତି । ବାଚସ୍ପତିଙ୍କୁ ଅନୁପସ୍ଥିତିରେ ଏମାନେ ସଂସଦ ପରିଚଳନା କରିବା ସହ ସବୁ କ୍ଷମତା ବି ଉପଭୋଗ କରିପାରିବେ ।

ତେବେ ୧୭ତମ ଲୋକସଭାରେ କାହାକୁ ଉପ ବାଚସ୍ପତିଙ୍କ ପଦରେ ନିଯୁକ୍ତ କରାଯାଇନଥିଲା । କିନ୍ତୁ ଚଳିତ ବର୍ଷ ଉପ ବାଚସ୍ପତିଙ୍କ ପଦର ଗୁରୁତ୍ୱ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଉପ ବାଚସ୍ପତିଙ୍କ ପାଖରେ କେଉଁ ସବୁ ଶକ୍ତି ରହିଥାଏ ଏବଂ ଦାୟିତ୍ୱ କ’ଣ ?

  • ବାଚସ୍ପତି ଲୋକସଭା ଗୃହର ପରିଚାଳନା ଦାୟିତ୍ୱ ତୁଲାଇଥାନ୍ତି
  • ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପ-ବାଚସ୍ପତି ଗୃହ ଦାୟିତ୍ୱ ସଞ୍ଚାଳନ କରିଥାନ୍ତି
  • କୌଣସି ବିଲ୍ ଫାଇନାନ୍ସ ବିଲ୍ ଅଟେ ନା ନାହିଁ ଉପ ବାଚସ୍ପତି ଏହାର ନିଷ୍ପତ୍ତି ନେଇଥାନ୍ତି
  • ଏହାବ୍ୟତୀତ ଗୃହର ଅନୁଶାସନ ବଜାୟ ରଖିବା ତାଙ୍କ ଦାୟିତ୍ୱ ଅଟେ
  • ନିୟମର ଉଲ୍ଲଂଘନ କଲେ ଦଣ୍ଡ ଦେବାର ଅଧିକାର ମଧ୍ୟ ସାମିଲ ରହିଛି