#ଡାହା ମିଛ। ନା ଧର୍ମେନ୍ଦ୍ର ନା ଜୁଏଲ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ…

କେନ୍ଦ୍ରମନ୍ତ୍ରୀଙ୍କ ବଦଳରେ ଉପକୂଳିଆ ନେତାଙ୍କୁ ଶାହା କାହିଁକି ଭରସିଲେ?

1,063

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ସମୟ ପାଖାପାଖି ଅପରାହ୍ନ ୨ଟା ରୁ ୩ ଟା ହେବ। ଅଫିସରୁ ଛୁଟି ନେଇ ସାଙ୍ଗ ମାନଙ୍କ ସହିତ କାଳିଆ କୁ ଦେଖିବା ପାଇଁ ପୁରୀ ଚାଲିଗଲି। ମହାପ୍ରଭୁଙ୍କ ଦର୍ଶନ ସାରି ସମୁଦ୍ର କୂଳକୁ ବୁଲିବାକୁ ଗଲି। ସେଠି ପହଂଚୁ ପହଂଚୁ ସାଙ୍ଗମାନେ ସମୂଦ୍ର ପାଣି ରେ ଗାଧେଇବା ପାଇଁ ଚାଲିଗଲେ ମୁଁ ତାଙ୍କ ସହିତ ନ ଯାଇ ସେଠି ପଡିଥିବା ଏକ ଚେୟାରରେ ବସି ସମୁଦ୍ର କୂଳର ହାଲୁକା ପବନର ମଜା ନେଉଥିଲି। ହଠାତ ଶୁଭିଲା ଜୟ ଜଗନ୍ନାଥ କହୁଥିବା ଜଣେ ପୁରୁଷ ଭକ୍ତର ପାଟି। ଭାବିଲି କିଏ ଜଣେ ଜଗା କୁ ଦିଲସେ ଡାକୁଛି। ହେଲେ ପୁଣି ଆହୁରି ୨ ରୁ ୩ ଥର ଜୟ ଜଗନ୍ନାଥ ଓ ଦୀର୍ଘ ନିଃଶ୍ୱାସରେ ବୋଲୋ ଭାରତ… ମାତା କି ଶବ୍ଦ ଶୁଣାଗଲା। ମନ ବୁଝିଲାନି ଦୌଡିକି ଚାଲିଗଲି ଦେଖିବାକୁ କିଏ ଏମିତି ଶରଧା ବାଲିରେ ଜଗା ପ୍ରେମ ଆଉ ଦେଶ ଭକ୍ତିରେ ବିଭୋର ହୋଇ ପଡିଛି !

ହେଲେ ସେଠି ଯାଇ ଦେଖିଲି ହଜାର ହଜାର ମହିଳାମାନେ ମୁଣ୍ଡରେ ଗେରୁଆ ରଙ୍ଗର ଟୋପି ଓ ଗଳାରେ ମଙ୍ଗଳ ସୂତ୍ର ପରି ଗେରୁଆ କପଡାକୁ ଆଭୂଷଣ କରି ବସିଛନ୍ତି। ଦେଖି ମୋ ମୁଣ୍ଡଟା ପୁରା ଟିଣ ହୋଇଗଲା । କାହିଁକି ନା ଏଠି ତ ସବୁ ମହିଳାମାନେ ବସିଛନ୍ତି ତ ପୁରୁଷ ପାଟି ଟି ଶୁଭିଲା କୋଉଠୁ ? ବହୁତ କଷ୍ଟରେ ଜାଗା ନଥିଲେ ମଧ୍ୟ ମହିଳାଙ୍କ ମଝିରେ ଛିଡ଼ା ହେଲି ଆଉ ଜାଣିବାକୁ ଚାହିଁଲି ପୂରା ମାମଲାଟା ପ୍ରକୃତରେ କଣ । ପୁଣି ଏକ ଗର୍ଜିତ ସ୍ୱରରେ ଶୁଣାଗଲା ଯେ “ଭାଇ ଔର ବେହେନୋ ଇସ ବାର ବିଜେପିକା ପାର୍ଥି ଓଡ଼ିଶାକା ମୁଖ୍ୟମନ୍ତ୍ରୀ ବନେଗା। ଶୁଣିକି କାନଟା ଝାମ୍ମା ହେଇଗଲା। କାରଣ କିଛି ସମୟ ପୂର୍ବରୁ ଯେଉଁ କାଳିଆ ଭକ୍ତର ଶବ୍ଦ ମୋ କାନରେ ପଡିଥିଲା ଆଉ ତାକୁ ଦେଖିବା ପାଇଁ ଧାଇଁ ଆସିଥିଲି ଇଏ ତ ସେହି ସମାନ ସ୍ୱର । ଗଳିକି ଦେଖିଲା ବେଳକୁ ଆଲୋ ଆଲୋ ସେହି ଭକ୍ତ ଜଣକ ହେଉଛନ୍ତି ଖୋଦ ବିଜେପି ରାଷ୍ଟ୍ରୀୟ ମୁଖିଆ ତଥା ଚାଣକ୍ୟ ଅମିତ ଶାହା ମହୋଦୟ। ଧୀରେ ଧୀରେ କଥାଟା ବୁଝାପଡ଼ିଲା। ଓଡ଼ିଶାରେ ଦୀର୍ଘ ଦିନ ଧରି ରାଜୁତି କରୁଥିବା ବିଜେଡି ସୁପ୍ରିମୋ ନବୀନଙ୍କୁ ଆଖି ଦେଖାଇ କହୁଛନ୍ତି ଶାହା ମହାଶୟ।

କିଛି ସମୟ ଛିଡା ହେଲା ପରେ ଜଣେ ସହୃଦୟା ମହିଳା କହିଲେ ବାବୁ କାହିଁକି ଛିଡ଼ା ହୋଇଛ ବସିପଡ଼। ମୁଁ ସେଠି ବସିଲି କାରଣ ପୂର୍ବରୁ ଅନେକ ଜାତୀୟ ଗଣମାଧ୍ୟମ ଠୁ ଆରମ୍ଭ କରି ଓଡ଼ିଆ ଖବରକାଗଜ ପର‌୍ୟ୍ୟନ୍ତ ଶାହା ମନ୍ତ୍ର ମୋଦି ମନ୍ତ୍ର ଚର୍ଚ୍ଚା କରୁଥିବା ଶୁଣିଲିଥିଲି । ତେଣୁ ପ୍ରକୃତରେ ଏମାନେ କେଉଁ ମନ୍ତ୍ର ଦିଅନ୍ତି ତାହା ଜାଣିବା ପାଇଁ ମନଟା କୁତୁ କୁତୁ ହେଉଥିଲା। ବାସ ତା ପରେ ତ ଶାହା ଯାହା ମନ୍ତ୍ର ଦେଲେ ତାକୁ ଟିକେ ହଜମ କରିବା କଷ୍ଟ ହେଲା। କାରଣ ଖାଲି ମାଇକିରେ ଶୁଭିଲା ଉଖାଡ଼ କେ ଫେକ ଦୋ, ସମନ୍ଦର ମେଂ ଫେକ ଦୋ ଭଳି ବହୁତ କିଛି ମନ୍ତ୍ର। ଯାହା ଶରଧା ବାଲିରୁ ଶାସକ ଦଳ ବିରୋଧରେ ଗୁଞ୍ଜରିତ ହେବାରେ ଲାଗିଲା।

ପାଖରେ ବସିଥିବା ମହିଳା ଜଣଙ୍କୁ ପଚାରିଲି ମ୍ୟାଡ଼ମ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ପୁଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ହିଁ ହେବେ। କିନ୍ତୁ ଆପଣଙ୍କ ମୁଖିଆ ଅମିତ ଶାହା ଯେଉଁ ଦମ୍ଭୋକ୍ତି ଦେଖାଉଛନ୍ତି ମିଶନ ୧୨୦ ପୂରଣ କରି ଓଡ଼ିଶାରେ ବିଜେପି ସରକାର ଗଢ଼ିବ। କଥାଟା କିଛି ବୁଝାପଡୁନି ? ଆପଣଙ୍କ ଦଳ ଏମିତି କାହାକୁ ନବୀନ ଙ୍କ ବିକଳ୍ପ କରି ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାର୍ଥି କରିବ କି ? ଏମିତି କିଛି ପ୍ରଶ୍ନ ମହିଳା ଜଣଙ୍କୁ ପଚାରିବାରେ ଲାଗିଲି । ମହିଳା ଜଣକ ଧୀରେ କରି କହିଲେ ଆମେ ଠିକଣା ସମୟରେ ଏମିତି ପାର୍ଥି ଦେବୁ ଯେ ବିଜେଡି ଶିବିରରେ ଛନକା ପଶିଯିବ ! ଏତିକି ଶୁଣିବା ପରେ କଥାଟାକୁ ଜାଣିବା ପାଇଁ ଗୋଳେଇ ଘାଣ୍ଟି ମହିଳାଙ୍କୁ ପଚାରିବାକୁ ଲାଗିଲି।

ମହିଳା ଜଣଙ୍କୁ କହିଲି ମ୍ୟାଡ଼ାମ ଆପଣଙ୍କ ଧର୍ମେନ୍ଦ୍ର ବାବୁ ତ ନିଜେ କହିଲେ କି ନବୀନଙ୍କ ସହ ସେ ଆଦୌ ତୁଳନୀୟ ନୁହଁନ୍ତି। କାରଣ ଓଡ଼ିଶାର ରାଜନୀତି ନବୀନ ରାଜା ହେଲେ ସେ ହେଉଛନ୍ତି ରଙ୍କ। ଯାହା ଏକ ପ୍ରକାର ସ୍ପଷ୍ଟ କରିଦେଇଛି ଯେ ବିଜେପିକୁ ଆଉ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମିଳିଯାଇଛି। ତେଣୁ ମୋତେ କାଇଁ ଲାଗୁନି ଧର୍ମେନ୍ଦ୍ରଙ୍କ ବ୍ୟତୀତ ଓଡ଼ିଶାରେ ଏବେ ଆଉ କେହି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ଯେ ନବୀନଙ୍କୁ ୨୦୧୯ ରେ ଟକ୍କର ଦେବ ।

ଏକଥା ଶୁଣି ମ୍ୟାଡମଙ୍କ ରକ୍ତରେ ପୁରା ନିଆଁ ଲାଗିଗଲା ଆଉ କହିଲେ ବାବୁରେ ମନେରଖ ‘ଘର ଢ଼ିଙ୍କି କୁମ୍ଭୀର’ ଏହାର ଅର୍ଥ ବୁଲେଇ ବଙ୍କେଇ ବିଜେଡ଼ି ଦଳକୁ ହିଁ ଵୁଝାଉଥିଲା ବୋଲି ଜଣାପଡିଲା । ତେଣୁ ଜୋର ଦେଇକି କହିଲି ମ୍ୟାଡମ ବିଜେଡ଼ି ର କିଏ ମିଶିବେ କି ? ମ୍ୟାଡମ ବିରକ୍ତ ହୋଇ କହିଲେ ଆରେ ବାବୁ ସେ ଆଉ ବିଜେଡ଼ି ରେ ନାହାନ୍ତି। ଶୁଣିକି ସବୁ ବୁଝାପଡ଼ିଲା , କି ପ୍ରକୃତରେ ବିଜେପି କାହାକୁ ନବୀନଙ୍କ ବିକଳ୍ପଭାବେ ବାଛି ସାରିଛି। କିଏ ସେ ଟାଣୁଆ ନେତା ଯେ ଆଗାମୀ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ । ନିକଟରେ ବିଜେଡି ଦଳରୁ ତଡା ଖାଇଥିବା ଦୁଇ ବରିଷ୍ଠ ନେତାଙ୍କ ଉପରକୁ ଏହି ଉକ୍ତିର ଅର୍ଥ ବେଶ ଦର୍ଶାଉଥିଲା। ମ୍ୟାଦାମ ଜଣକ ଇସାରା ଦାମ ବାବୁ ଆଉ ବୈଜୟନ୍ତ ପଣ୍ଡାଙ୍କ ଆଡ଼କୁ ହିଁ ଥିଲା। ହେଲେ ଦାମ ବାବୁ ତ ନିଜେ କହୁଥିଲେ କଣ ଗୋଟେ ନୂଆ ଦଳ ଗଢିବେ ବୋଲି , ତେବେ କଣ କର୍ଣ୍ଣାଟକ ନିର୍ବାଚନ ଭଳି ଓଡ଼ିଶାରେ କିଏ କୁମାରସ୍ୱାମୀ ଉଭା ହେଇଯିବେନି ତ ?

 

କିଛି ନୂଆ ସମୀକରଣ ଦେଖିବାକୁ ମିଳିବ କି ? ଏମିତି ଅନେକ ପ୍ରଶ୍ନ ମନ ରେ ଉଙ୍କି ମାରୁଥିଲା ବେଳେ ହଠାତ ଗୋଟେ କବିତା ଶୁଣିଲି ଯେ …
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମିଳିଗଲା ବିଜେପି ଦଳକୁ
ଏବେ ନବୀନ ସରକାରକୁ ଓପାଡ଼ି ଫିଙ୍ଗିବୁ ସମୁଦ୍ରକୁ
ଜୟ ହେଉ କି ଦାମ, କର୍ଣ୍ଣାଟକ ଭଳି କରିବୁ ନିର୍ବାଚନ
ଅପେକ୍ଷା କର ବାବୁ ନବୀନ,ବଢିଯିବ ତୁମ ଟେନସନ
କର୍ଣ୍ଣାଟକରେ କୁମାରସ୍ୱାମୀ ନିଦ ହାଜାଇଲା ଆମର
ଓଡ଼ିଶାରେ ଅଵ କୀ ବାର କେବଳ ମୋଦି ସରକାର

ଏମିତି ବ୍ୟଙ୍ଗାତ୍ମକ ଭାବେ କବିତାକୁ ପରିବେଷଣ କରୁଥିଲେ ଖୋଦ କେନ୍ଦ୍ରମନ୍ତ୍ରୀ ଧରମା ବାବୁ। ନିଜର ମୁଖ୍ୟମନ୍ତ୍ରୀ ସ୍ବପ୍ନ ଭାଁଙ୍ଗିଯିବା ପରେ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ କହୁଥିଲେ ବୋଲି ଧର୍ମେନ୍ଦ୍ରଙ୍କ ମୁହଁରେ ଜଳ ଜଳ କରି ଦେଖାଯାଉଥିଲା । ତାଙ୍କ କବିତା ଶୁଣି ହସି ହସି ସେଠାରୁ ପଳେଇ ଆସି ପୁଣି ସମୁଦ୍ର କୂଳରେ ପଡିଥିବା ମୋ ଚେୟାର ଉପରେ ବସିପଡ଼ିଲି। ରାଜନୀତି କଥାକୁ ବାଦ ଦେଇ ଟିକେ ମନ ହାଲୁକା କରିବା ପାଇଁ କାନରେ ଇୟର ଫୋନ ଲଗେଇ ଗୀତ ଶୁଣିବାକୁ ବାହାରିଛି ତ ପୁଣି ମୋ ପାଖ ଚେୟାରରେ ବ୍ୟକ୍ତି ଜଣକ ଧର୍ମେନ୍ଦ୍ରଙ୍କ କବିତାର ପ୍ରତି ଜବାବ ଅତି କୌତୁହଳ ଭାବେ ପ୍ରକାଶ କରୁଥିବା ଶୁଣିବାକୁ ପାଇଲି ।

bishnu das
ପ୍ୟାରୀ ଚାଲିଗଲେ, ଦାମ ବି ଗଲେ
ଶେଷରେ ଚାଲିଗଲେ ବୈଜୟନ୍ତ
କଢ଼ିରୁ ଫୁଟିବନି ପଦ୍ମ ଫୁଲ ଟିଏ
କାରଣ ପାଣି ଖୋଜିଖୋଜି
ମୋଦି-ଶାହା ହେବେ ନୟାନ୍ତ
ନବୀନଙ୍କ ବିକଳ୍ପ କିଏ ହେବ
କଣ ନୂଆ ଦଳ ଗଢି ଦାମଙ୍କୁ
କୁମାର ସ୍ୱାମୀ ଆସନ ଦେବ
କର୍ଣ୍ଣାଟକ ଭଳି ସ୍ବପ୍ନ ଦେଖୁଥାଅ ଧରମା
ଓଡ଼ିଶାରେ କ୍ଟଦ୍ଭକ୍ଷଚ୍ଚ ନବୀନ କାରନାମା

ବାପରେ ଧରମାଙ୍କ କବିତାର ଏମିତି ପୁରା ଚିପୁଡ଼ିକି କିଏ ସେ ଉତ୍ତର ଦେଲା ଜାଣିବାକୁ ଚାହିଁଲି। କଣେଇକି ଦେଖିଲା ବେଳକୁ ଜଗତସିଂହପୁରର ଚର୍ଚ୍ଚିତ ନେତା ବିଷ୍ଣୁ ଦାଶ ମହୋଦୟ। ବାସ ୟା ପରେ ଚୁପ ହୋଇ ସାଙ୍ଗ ମାନଙ୍କ ସହିତ ଭୁବନେଶ୍ୱର ଫେରି ଆସିଲି।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତି ଜୋର ହେଉଥିବାରୁ ଆପଣଙ୍କୁ ଭିନ୍ନ ଢଙ୍ଗରେ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫