କିଏ ହେବ ଓଡିଶାର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଧର୍ମେନ୍ଦ୍ର ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ଜିତିବ ବିଜେପି

323

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଚେହେରା ବିନା ଓଡିଶାରେ ବିଜେପି ଜିତିବ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଓଡିଆ ସାହିତ୍ୟ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପ୍ରଶ୍ନ ପଚାରିଥିଲେ ଓଡିଶାରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାର ଉତରରେ କେନ୍ଦ୍ରମନ୍ତ୍ରୀଙ୍କ ଉତର ଥିଲା, ବିଜେପି ଏବେଠାରୁ ନିଜର ଫର୍ମୁଲା କହିବନି । ମହାରାଷ୍ଟ୍ର ଓ ହରିୟାଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି । ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି । ଓଡିଶାରେ ମଧ୍ୟ ବିଜେପି ଜିତିବ । ଓଡିଶାରେ ୨୦୨୪ ନିର୍ବାଚନ ପାଇଁ ବିଜେପିର ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ୨୦୨୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ଲଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ୩୫୦ରୁ ଅଧିକ ଆସନ ପାଇ ସରକାର ଗଢିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ।