କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ସମୟ ଗଡୁଛି, ସସ୍ପେନ୍ସ ବଢୁଛି

535

କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୬ ଦିନ ହୋଇଗଲାଣି । କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା, ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି । ବିଜେପିର ଶୀର୍ଷ ନେତୃତ୍ୱ ହାତରେ ସବୁକିଛି ରହିଛି । ହେଲେ ଏପର୍ଯ୍ୟନ୍ତ କେଉଁ ନେତାଙ୍କୁ ମିଳିନି ସବୁଜ ସଙ୍କେତ । ଫଳରେ ଭିନ୍ନ ଭିନ୍ନ ନାଁକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ତେବେ ଦିନ ଗଡ଼ିବା ସହ ଲମ୍ବି ଚାଲିଛି ତାଲିକା । ପ୍ରଥମେ ଏହି ତାଲିକାର ଶୀର୍ଷରେ ଥିଲେ ଧମେନ୍ଦ୍ର ପ୍ରଧାନ । ତେବେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶପଥ ନେଇଛନ୍ତି । ଏବେ ଚର୍ଚ୍ଚାରେ ରହିଛନ୍ତି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାୟକ, ଲୋଇସିଂହା ମୁକେଶ ମହାଲିଙ୍ଗ ଓ କେନ୍ଦୁଝର ବିଧାୟକ ମୋହନ ମାଝୀ ।

କିଏ ହେବେ ମୁଖ୍ୟମନ୍ତ୍ରୀ?

  • ମନମୋହନ ସାମଲ, ରାଜ୍ୟ ସଭାପତି, ବିଜେପି
  • ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ
  • ରବି ନାୟକ, କୁଚିଣ୍ଡା ବିଧାୟକ
  • ମୁକେଶ ମହାଲିଙ୍ଗ, ଲୋଇସିଂହା ବିଧାୟକ
  • ମୋହନ ମାଝୀ, କେନ୍ଦୁଝର ବିଧାୟକ

ଏପଟେ ଚର୍ଚ୍ଚା ହେଉଛି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ସୂର୍ଯ୍ୟବଂଶୀ ସୁରଜ, ଲକ୍ଷ୍ମଣ ବାଗଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ରହିଛି ।

ଉପ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା?

  • ସୁରମା ପାଢ଼ୀ, ରଣପୁର ବିଧାୟିକା
  • ପ୍ରଭାତୀ ପରିଡ଼ା, ନିମାପଡ଼ା ବିଧାୟିକା
  • ସୂର୍ଯ୍ୟବଂଶୀ ସୂରଜ, ଧାମନଗର ବିଧାୟକ
  • ଲକ୍ଷ୍ମଣ ବାଗ, କଣ୍ଟାବାଞ୍ଜି ବିଧାୟକ

ମୁଖ୍ୟମନ୍ତ୍ରୀ ନେଇ ଭିନ୍ନ ଭିନ୍ନ ନାଁ ଚର୍ଚ୍ଚା ପରିଧିକୁ ଆସୁଥିବା ବେଳେ ଖୋଲିଖୋଲି ଏ ନେଇ କିଛି କହୁନାହାନ୍ତି ବିଜେପି ନେତା । ତେବେ ପ୍ରଶ୍ନ ଉଠୁଛି…
କାହିଁକି ବିଳମ୍ବ ହେଉଛି ମୁଖ୍ୟମନ୍ତ୍ରୀ ଘୋଷଣା?

  • ମୁଖ୍ୟମନ୍ତ୍ରୀ ପଦ ପାଇଁ ଏପରି ଜଣେ ନେତା ଆବଶ୍ୟକ, ଯାହାଙ୍କର ଗ୍ରହଣୀୟତା ଅଧିକ ଥିବ
  • ପୂରା ଓଡ଼ିଶାର ନେତା ଭାବେ ନିଜକୁ ଉପସ୍ଥାପନ କରିପାରୁଥିବେ
  • ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଓଡ଼ିଶାବାସୀ ଗ୍ରହଣ କରିପାରିବେ
  • ସରକାର ଚଳାଇବା ପାଇଁ ଦକ୍ଷତା ରହିଥିବ
  • ଅମଲାତନ୍ତ୍ରକୁ ଠିକ୍ ଭାବେ ପରିଚାଳନା କରିପାରିବେ
  • ୨୦୨୯ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିପାରିବେ

କୁହାଯାଉଛି ଏପରି ଅନେକ ପ୍ରସଙ୍ଗକୁ ଆଖି ଆଗରେ ରଖି ନେତା ଖୋଜୁଛି ବିଜେପି ।