ଓଡ଼ିଶାରେ ବିଜେପିର ବଡ଼ ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ଖେଳିପାରେ ସରପ୍ରାଇଜ କାର୍ଡ, ଜାଣନ୍ତୁ କାହା ନାଁକୁ ନେଇ ବଢୁଛି ଚର୍ଚ୍ଚା?

ଓଡ଼ିଶାରେ ବିଜେପିର ବଡ଼ ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ଖେଳିପାରେ ସରପ୍ରାଇଜ କାର୍ଡ, ଜାଣନ୍ତୁ କାହା ନାଁକୁ ନେଇ ବଢୁଛି ଚର୍ଚ୍ଚା?

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଏଭଳି ପରିବର୍ତନ ବୋଧହୁଏ କେହି କେବେ ଭାବି ନଥିବେ । ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ ।

ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏହି ବିଜୟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା । କିନ୍ତୁ ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର । ଧର୍ମେନ୍ଦ୍ର ପ୍ରଧାନ, ଗୀରିଶ ମୁର୍ମୁ, ଲକ୍ଷ୍ମଣ ବାଗ, ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରଜ ସୂର୍ଯ୍ୟବଂଶୀଙ୍କ ନାଁ ଚର୍ଚ୍ଚାରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe