କନକ ବ୍ୟୁରୋ : ଓଡିଶା ରାଜନୀତିରେ ଏଭଳି ପରିବର୍ତନ ବୋଧହୁଏ କେହି କେବେ ଭାବି ନଥିବେ । ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ ।
ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏହି ବିଜୟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା । କିନ୍ତୁ ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର । ଧର୍ମେନ୍ଦ୍ର ପ୍ରଧାନ, ଗୀରିଶ ମୁର୍ମୁ, ଲକ୍ଷ୍ମଣ ବାଗ, ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରଜ ସୂର୍ଯ୍ୟବଂଶୀଙ୍କ ନାଁ ଚର୍ଚ୍ଚାରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/8-7.jpg)