ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ବଢିଲା ସସପେନ୍ସ । ମୋଦୀଙ୍କ ବୈଠକରେ ଧର୍ମେନ୍ଦ୍ର ସାମିଲ ହେବା ପରେ ଭିନ୍ନ ଭିନ୍ନ ଚର୍ଚ୍ଚା

1,413

କନକ ବ୍ୟୁରୋ: ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ବଢିଲା ସସପେନ୍ସ । ମୋଦୀଙ୍କ ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହେବା ପରେ ଏହି ସସପେନ୍ସ ଆହୁରି ବଢିଯାଇଛି । ଓଡ଼ିଶାରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା, ଯେତେଜଣ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଆଜି ଦିଲ୍ଲୀରୁ ଯେଉଁ ଚିତ୍ର ଆସିଛି ତାହା ସସପେନ୍ସକୁ ବଢାଇ ଦିଆଯାଇଛି । ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବାକୁ ଥିବା ନେତାଙ୍କ ସହ ବୈଠକରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ । ତେଣୁ ଧର୍ମେନ୍ଦ୍ର କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହେଲେ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ ୧୦ ନୁହେଁ ୧୨ ତାରିଖରେ ଶପଥ ସମାରୋହ ଘୁଞ୍ଚିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ତେବେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।