ତିନି ରାଜ୍ୟରେ ବିଜେପିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା 

117

କନକ ବ୍ୟୁରୋ : ସରିଲା ନିର୍ବାଚନ, ୩ ରାଜ୍ୟରେ ସତାକୁ ଆସିଲା ବିଜେପି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜାରି ରହିଛି ଅଙ୍କକଷା । ବିଶେଷକରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ସସପେନ୍ସ ଦେଖାଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯଦିଓ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି, କିନ୍ତୁ ୨୦୧୮ରେ ବିବାଦ ଦେଖା ଦେବାରୁ ବିଜେପି କ୍ଷମତାଚ୍ୟୁତ ହୋଇଥିଲା । ସେହିପରି ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି । ରମଣ ସିଂ, ବିଷ୍ଣୁ ଦେଓ ସାଇ, ରାମ ବିଚାର ନେତମ ଓ ରେଣୁକା ସିଂ । ସେପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ପ୍ରଥମ ପସନ୍ଦର ମୁଖ୍ୟମନ୍ତ୍ରୀ । କିନ୍ତୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଥର ବିଧାନସଭାରେ ଲଢ଼ିଥିବାରୁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଏସବୁ ଭିତରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନିଷ୍ପତି କେନ୍ଦ୍ରୀୟ ନେତୃତ୍ୱ ନେବେ ।

ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ?

ବସୁନ୍ଧରା ରାଜେ

ରାଜସ୍ଥାନର ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ । ଚଳିତ ଥର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ଶୁଭ ଦୃଷ୍ଟିରେ ଅଛନ୍ତି ତ?

ଦିୟା କୁମାରୀ

ଜୟପୁରର ରାଜକୁମାରୀ । ୨୦୦୩ରେ ବିଜେପିରେ ହୋଇଥିଲେ ସାମିଲ । ରାଜସମନ୍ଦରର ସାଂସଦ । ବସୁନ୍ଧରା ଫ୍ୟାକ୍ଟରୁ କାଉଣ୍ଟର କରିପାରିବେ ବୋଲି କୁହାଯାଉଛି ।

ଗଜେନ୍ଦ୍ର ସିଂ ଶେଖାୱତ

କେନ୍ଦ୍ରମନ୍ତ୍ରୀ । ୨୦୨୦ରେ ଗେହଲଟ୍ ସରକାରକୁ ଭାଙ୍ଗିବାରେ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ବାବା ବାଲକନାଥ

ରାଜ୍ୟସ୍ଥାନର ରାଜନୀତିରେ ଯୋଗୀ ଭାବେ ପରିଚିତ ବାବା ବାଲକନାଥ । ଅଲୁୱାରରୁ ସାଂସଦ ଅଛନ୍ତି । ଯାହାଙ୍କ ନାଁକୁ ନେଇ ବର୍ତମାନ ସବୁଠୁ ଚର୍ଚ୍ଚାରେ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡରେ ଅଛିନ୍ତି

ଶିବରାଜ ସିଂ ଚୌହ୍ୱାନ

ନରେନ୍ଦ୍ର ସିଂ ତୋମାର

ଜ୍ୟୋତିରାଦିତ୍ୟ ସିନ୍ଧିଆ

ପ୍ରହଲ୍ଲାଦ ପଟେଲ

ଛତିଶଗଡ଼: ପୁରୁଣା ନା ନୂଆ? ଚର୍ଚ୍ଚାରେ ଏହି ୩ଜଣଙ୍କ ନାଁ 

ରମଣ ସିଂ: ପୂର୍ବତନ ମୁଖ୍ୟମନ୍ତ୍ରୀ

ବିଷ୍ଣୁ ଦେଓ ସାଏ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ରେଣୁକା ସିଂ: କେନ୍ଦ୍ରମନ୍ତ୍ରୀ