କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଓଡିଶାବାସୀଙ୍କ ବିଶ୍ୱାସ ହାତେଇଛି । ଜନାଦେଶ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏଥର ଓଡିଶାରେ ସରକାର ଗଢିବ ବିଜେପି । ତେବେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ସରକାର ଗଢିବ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଏହି ବିଜୟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ?

ବିଜେପି ରଣନୀତି ଅନୁସାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ ସ୍ଥିର କରାଯାଇ ନଥିଲା । କିନ୍ତୁ ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର ।

ଧର୍ମେନ୍ଦ୍ର ପ୍ରଧାନ

  • ମୋଦୀ ସରକାରର ଅନ୍ୟତମ ପ୍ରମୁଖ ନେତା
  • ସମ୍ବଲପୁର ଲୋକସଭାରୁ ବିଜୟୀ ହୋଇଛନ୍ତି
  • କେନ୍ଦ୍ରରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା. ପେଟ୍ରୋଲିୟମ ମନ୍ତ୍ରୀ ରହିଛନ୍ତି
  • ଦଳର ସଭାପତି ଏବଂ ଶୀର୍ଷ ନେତୃତ୍ୱଙ୍କ ପସନ୍ଦର ନେତା

ଗିରିଶ ମୁର୍ମୁ

  • ମୁଖ୍ୟମନ୍ତ୍ରୀ ତାଲିକାରେ ସରପ୍ରାଇଜ୍ କାର୍ଡ ହୋଇପାରନ୍ତି ଗିରିଶ ଚନ୍ଦ୍ର ମୁର୍ମୁ
  • ଆଦିବାସୀ ଚେହେରା ଥିବାରୁ ମିଳିପାରେ ସୁଯୋଗ
  • ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ମୁର୍ମୁ
  • ଗତ ବର୍ଷ ନ୍ୟୁୟର୍କରେ ଜାତିସଂଘ ଆଭ୍ୟନ୍ତରୀଣ ସମୀକ୍ଷକ ସମିତିରେ ଅଧ୍ୟକ୍ଷ ରହିଥିଲେ ଶ୍ରୀ ମୁର୍ମୁ
  • ଗୁଜରାଟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରମୁଖ ସଚିବ ଥିଲେ
  • ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ମିଳିଛି ଦାୟିତ୍ୱ
  • ମୟୁରଭଞ୍ଜ ଜିଲ୍ଲା, ବେତନଟି ମୂଳ ବାସିନ୍ଦା ଶ୍ରୀ ମୁର୍ମୁ
  • ଗିରିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା

ଲକ୍ଷ୍ମଣ ବାଗ

  • ବିଜେପି ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି ଲକ୍ଷ୍ମଣ ବାଗ୍
  • ନବୀନ ପଟ୍ଟନାୟକଙ୍କୁ ହରାଇ ଇତିହାସ ରଚିଛନ୍ତି ଲକ୍ଷ୍ମଣ
  • କଣ୍ଟାବାଞ୍ଜି ଆସନରୁ ହାରିଛନ୍ତି ନବୀନ ପଟ୍ଟନାୟକ
  • ମୁଖ୍ୟମନ୍ତ୍ରୀଙ୍କୁ ୧୬,୩୨୧ ଭୋଟ୍ରେ ହରାଇଛନ୍ତି ଲକ୍ଷ୍ମଣ
  • କଣ୍ଟାବାଞ୍ଜିର ଦାଦନ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି

ପ୍ରତାପ ଷଡ଼ଙ୍ଗୀ

  • ବାଲେଶ୍ୱରରେ ପୁଣି ବାଜି ମାରିଲେ ପ୍ରତାପ ଷଡ଼ଙ୍ଗୀ
  • ଲଗାତାର ଦ୍ୱିତୀୟ ଥର ପାଇଁ ବାଲେଶ୍ୱର ସାଂସଦ ଭାବେ ମାରିଲେ ବାଜି
  • ୨୦୧୯ରେ ମୋଦୀ ସରକାରରେ ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ
  • ନିରାଡମ୍ବର ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ
  • ସଂଘ ପରିବାର ସହିତ ପ୍ରତାପଙ୍କର ରହିଛି ଲିଙ୍କ୍

ବୈଜୟନ୍ତ ପଣ୍ଡା

  • ଓଡିଶା ବିଜେପିର ପ୍ରଭାବଶାଳୀ ନେତା ବୈଜୟନ୍ତ ପଣ୍ଡା
  • କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ହୋଇଛନ୍ତି ବିଜୟୀ
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ଦାୟିତ୍ୱରେ ଅଛନ୍ତି
  • ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ବି ତୁଲାଇଛନ୍ତି

ସୁରଜ ସୂର୍ଯ୍ୟବଂଶୀ

  • ବିଜେପିର ଉଦୟମାନ ତାରକା ସୁରଜ ସୂର୍ଯ୍ୟବଂଶୀ
  • ଯୁବ ନେତା ହେବ ସହ ଭଲ ବକ୍ତା
  • ଦଳିତ ଚେହେରା, ସ୍ୱଚ୍ଛ ଓ ନିର୍ମଭ ଭାବମୂର୍ତି
  • ଧାମନଗର ଉପନିର୍ବାଚନରେ ବିଜୟୀ ହୋଇ ସଭିଁଙ୍କୁ ଚକିତ କରିଥିଲେ

କନକବର୍ଦ୍ଧନ ସିଂଦେଓ

  • ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା କନକ ବର୍ଦ୍ଧନ ସିଂଦେଓ
  • ପାଟଣାଗଡ ବିଧାୟକ ଭାବେ ବାଜି ମାରିଛନ୍ତି କନକ ବର୍ଦ୍ଧନ
  • ପୂର୍ବରୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଛନ୍ତି
  • ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ରହିଛନ୍ତି କନକ ବର୍ଦ୍ଧନ

ସୁରେଶ ପୁଜାରୀ

  • ବ୍ରଜରାଜନଗରରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୁଜାରୀ
  • ୨୦୧୯ରେ ବରଗଡରୁ ସାଂସଦ ଜିତିଥିଲେ
  • ପୂର୍ବରୁ ବିଜେପି ରାଜ୍ୟ ସଭାପତି ଥିଲେ