କନକ ବ୍ୟୁରୋ: ଭୁବନେଶ୍ୱରର ତିନୋଟି ବିଧାନସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏବେ ନଜର ବିଜେଡି ଶିବିର ଉପରେ । ମଧ୍ୟ, ଉତର ଓ ଏକାମ୍ରରେ ଦଳ କାହାକୁ ପ୍ରାର୍ଥୀ କରିବ? କାରଣ ପ୍ରତ୍ୟେକ ଦିନ ଏହି ନିର୍ବାଚନ ମଣ୍ଡଳୀର ନେତା ନବୀନ ନିବାସ ଆସୁଛନ୍ତି, ଶକ୍ତି ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନି, କିଏ କେଉଁ ଜାଗାରୁ ଲଢ଼ିବ । ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା ରିପିଟ୍ ହେବେ ନା ତାଙ୍କୁ ଅନ୍ୟ କେଉଁଠି ଥଇଥାନ କରାଯିବ । ସୁଶାନ୍ତ ରାଉତ ଉତରରେ ଲଢ଼ିବେ, ନା ତାଙ୍କ ଆସନ ଅଦଳବଦଳ ହେବ । ସେପଟେ ଏକାମ୍ରରେ ଅଶୋକ ପଣ୍ଡାଙ୍କ ପାଇଁ ଟେନସନ୍ ବଢ଼ାଉଛନ୍ତି ଲିଟୁ ମହାସୁପକାର ।

ଛିଣ୍ଡୁନି ଭୁବନେଶ୍ୱର ଗଣିତ
ଉତ୍ତର, ମଧ୍ୟ, ଏକାମ୍ରରେ କିଏ?

ଭୁବନେଶ୍ୱର ମଧ୍ୟ
ଅନନ୍ତ ନାରାୟଣ ଜେନା
ଅମରେଶ ଜେନା

ଭୁବନେଶ୍ୱର ଉତ୍ତର
ସୁଶାନ୍ତ ରାଉତ
ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର ଏକାମ୍ର
ଅଶୋକ ପଣ୍ଡା
ବିରଂଚି ମହାସୁପକାର