କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରେ ସମସ୍ତଙ୍କ ନଜର ଏବେ ପଦ୍ମପୁର ଉପ ନିର୍ବାଚନ ଉପରେ ରହିଛି । ପଦ୍ମପୁରରେ ବିଜୟୀ ହୋଇ ବିଜୟଧାରାକୁ ବଜାୟ ରଖିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଗଡ଼ ରକ୍ଷା କରିବା ଲକ୍ଷ୍ୟରେ ରହିଛି ବିଜୁ ଜନତା ଦଳ । ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ଆଜି ପ୍ରାର୍ଥୀ ନାଁ ଘୋଷଣା କରିପାରନ୍ତି ଦଳର ସୁପ୍ରିମୋ । ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ପରିବାରକୁ ଟିକେଟ୍ ମିଳିପାରେ । ବିଜେଡି କାହାକୁ ପ୍ରାର୍ଥୀ କରିବ ଚର୍ଚ୍ଚା ଭିତରେ ୨୦୧୯ରେ ପଦ୍ମପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାଜୁ ଘିବେଲାଙ୍କୁ ବିଜେଡି ଗୁରୁଦାୟିତ୍ୱ ଦେଇଛି । ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ସେପଟେ ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ନେଇ ପୂର୍ବରୁ ହେଉଥିବା ଚର୍ଚ୍ଚାରେ ଆନୁଷ୍ଠାନିକ ମୋହର ମାରିଛି ଦଳ । ପ୍ରଦୀପ ପୁରୋହିତ ୧୪ ତାରିଖ ଦିନ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ସେହିପରି କଂଗ୍ରେସ ପୁରୁଣା ଚେହେରା ସତ୍ୟ ଭୂଷଣ ସାହୁଙ୍କ ଉପରେ ପୁଣି ଥରେ ଭରଷା କରିଛି ।
ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ଆଜି ନାଁ ଘୋଷଣା କରିପାରନ୍ତି ଦଳର ସୁପ୍ରିମୋ ।
/kanak/media/post_attachments/wp-content/uploads/2022/11/bjddd.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)