ବିଜେପୁର ଉପନିର୍ବାଚନ: କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ଟକ୍କର ଦେବେ ବିଜେଡିର ରୀତା ସାହୁ; କିଏ ହେବ ବିଜେପି ପ୍ରାର୍ଥୀ ଆରମ୍ଭ ହେଲା ଚର୍ଚ୍ଚା

Advertisment
ବିଜେପୁର ଉପନିର୍ବାଚନ: କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ଟକ୍କର ଦେବେ ବିଜେଡିର ରୀତା ସାହୁ; କିଏ ହେବ ବିଜେପି ପ୍ରାର୍ଥୀ ଆରମ୍ଭ ହେଲା ଚର୍ଚ୍ଚା

କନକ ବ୍ୟୁରୋ: ପୂର୍ବରୁ ବିଜେପୁର ପାଇଁ  କଂଗ୍ରେସ ଦିଲ୍ଳୀପ ପଣ୍ଡାଙ୍କ ନାଁକୁ ଚୂଡାନ୍ତ କରିଥିବା ବେଳେ ଏବେ ବିଜେଡି ତାର ପ୍ରାର୍ଥୀ ଚୂଡାନ୍ତ କରିଛି । ଅର୍ଥାତ୍ ବିଜେପୁର ଉପନିର୍ବାଚନର କୁରୁକ୍ଷେତ୍ରରେ କଂଗ୍ରେରୁ ଦିଲ୍ଲୀପ ଏବଂ ବିଜେଡିରୁ ରୀତାଙ୍କ ମଧ୍ୟରେ ଲଢେଇ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ମାତ୍ର ଅପରପକ୍ଷେ ବିଜେପୁରରେ କିଏ ହେବେ ବିଜେପି ପ୍ରାର୍ଥୀ ତାହା ଏପର୍ଯ୍ୟନ୍ତ ମଧ୍ୟ ସ୍ଥିର ହୋଇନାହିଁ । ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେପି ଏକ ରାଷ୍ଟ୍ରୀୟ ଦଳ । ତେଣୁ ଏହାର ପ୍ରାର୍ଥୀ କିଏ ହେବେ ତାହା ରାଷ୍ଟ୍ରୀୟ ସ୍ତରର ନେତୃତ୍ୱ ଚୂଡାନ୍ତ କରାଯିବ । ଏଥିପାଇଁ କାଲି ଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକ ବସିବ । ଏହା ପରେ ପ୍ରାର୍ଥୀ ଘୋଷଣା କରିବା ସହ ୩୦ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

publive-image

ତେବେ ବିଜେଡି ଓ କଂଗ୍ରେସର ଏହି ତାମାମ କସରତ ଭିତରେ ପ୍ରଶ୍ନ ହେଉଛି ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ? ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନା’ ସାଧାରଣ ନିର୍ବାଚନରେ ଲଢ଼ିବା ସନତ ଗଡ଼ତିଆ? ସନତ ଗଡ଼ତିଆଙ୍କୁ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି, କାରଣ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସତନ ।

publive-image

୨୦୧୯ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମେ’ ୨୭ ତାରିଖରେ ବିଜେପୁର ଆସନ ଛାଡ଼ିଥିଲେ । ଅର୍ଥାତ୍ ଏହାର ୬ ମାସ ଭିତରେ ନିର୍ବାଚନ ହେବ । ତେଣୁ ବିଜେପୁର ଲଢେଇ ପାଇଁ ପ୍ରଥମେ କଂଗ୍ରେସ ଏବଂ ପରେ ବିଜେଡି ତାର ପ୍ରାର୍ଥୀର ନାଁ ଘୋଷଣା କରିବା ପରେ ଏବେ ବିଜେପି କାହାକୁ ମଇଦାନକୁ ଓହ୍ଲାଇବ ତା ଉପରେ ବର୍ତ୍ତମାନ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe