କନକ ବ୍ୟୁରୋ : ଖୁବଶୀଘ୍ର ଆଇପିଏଲ ମିଡ଼ିଆ ରାଇଟସ ପାଇଁ ଟେଣ୍ଡର ଆବେଦନ ଗ୍ରହଣ କରାଯିବ । ଅନେକ ପ୍ରସାରଣକାରୀ ସଂସ୍ଥା ଆଇପିଏଲ ମିଡ଼ିଆ ରାଇଟସ ପାଇଁ ଉଦ୍ୟମ ଚଳାଇଛନ୍ତି । ଆଉ ଏସବୁ ଭିତରେ ଆମାଜନ ପ୍ରାଇମ ଭିଡ଼ିଓ କ୍ରିକେଟ ଖେଳର ଲାଇଭ ଷ୍ଟ୍ରିମିଙ୍ଗରେ ଏଣ୍ଟ୍ରି କରିବାକୁ ଘୋଷଣା କରିଛି । ଆମାଜନ ପ୍ରାଇମ ଭିଡ଼ିଓ ଜାନୁଆରୀରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଟେଷ୍ଟ ମ୍ୟାଚର ସିଧାପ୍ରସାରଣ କରିବ । ତେବେ କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନର ନଜର ଆଗାମୀ ଆଇପିଏଲ ମିଡ଼ିଆ ରାଇଟସ ଟେଣ୍ଡର ଉପରେ ରହିଛି । ଆମାଜନ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରେ । ଆଇପିଏଲର ଲାଇଭ ଷ୍ଟ୍ରିମିଂ ନିଜ୍ ସାଇଟରେ କରିବାକୁ ଆମାଜନ ଯୋଜନା କରୁଥିବା କୁହାଯାଉଛି ।

Advertisment

ଆମାଜନ ଏଭଳି ଯୋଜନା କରିବା ପଛର ସବୁଠୁ ବଡ କାରଣ ହେଲା କ୍ରିକେଟ ଷ୍ଟ୍ରିମିଂ ମାଧ୍ୟମରେ ଭାରତର କୋଟି କୋଟି ୟୁଜର୍ସଙ୍କୁ ନିଜ ସହ ଯୋଡିବା । ପୂର୍ବରୁ ହଟଷ୍ଟାର ମଧ୍ୟ ଏହି ଫର୍ମୁଲାରେ କୋଟି କୋଟି ୟୁଜର୍ସଙ୍କୁ ନିଜ ସହ ଯୋଡିଛି । ତେଣୁ କୋଟି କୋଟି ନୂଆ ୟୁଜର୍ସ ପାଇବାକୁ ଆଇପିଏଲର ଷ୍ଟ୍ରିମିଂ ସବୁଠୁ ବଡ ପ୍ଲାଟଫର୍ମ ସାଜିପାରେ । ଏହାପୂର୍ବରୁ ବିସିସିଆଇ ସଭାପତି ଆଇପିଏଲ ମିଡ଼ିଆ ରାଇଟସ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି ଘୋଷଣା କରିଥିଲେ । ଆଉ ଏହି ମିଡ଼ିଆ ଟେଣ୍ଡର ମାଧ୍ୟମରେ ବିସିସିଆଇ ୪୦ ହଜାର କୋଟି ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି । ଆଉ ଏହି ମେଗା ଟେଣ୍ଡର ପ୍ରକ୍ରିୟା ଇ-ନିଲାମୀ ଦ୍ୱାରା କରାଯିବ । ଯାହାଦ୍ୱାରା ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବା ସହ ଅଧିକ କମ୍ପାନି ଭାଗ ନେଇପାରିବେ ।

publive-imageଏହି ମିଡ଼ିଆ ରାଇଟସର ଅବଧି ୨୦୨୩ରୁ ୨୦୨୭ ଯାଏଁ ରହିବ । ଆଉ ଆଇପିଏଲ ମିଡ଼ିଆ ରାଇଟସ ଦୌଡରେ ଡିଜନୀ ଷ୍ଟାର ନେଟୱର୍କ, ସୋନୀ, ରିଲାଏନ୍ସ ଭାଲକମ ୧୮ ଓ ଆମାଜନ ପ୍ରାଇମ ଭିଡ଼ିଓ ସବୁଠୁ ଆଗାରେ ଥିବା କୁହାଯାଉଛି ।