କାଲିଠୁ ବିଧାନସଭା ଅଧିବେସନ ; ହେଲେ କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ଏଯାଏଁ ହୋଇନି ସ୍ଥିର , ରେସରେ ଆଗରେ ତାରା ବାହୀନିପତି ।

Advertisment
କାଲିଠୁ ବିଧାନସଭା ଅଧିବେସନ ; ହେଲେ କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ଏଯାଏଁ ହୋଇନି ସ୍ଥିର , ରେସରେ ଆଗରେ ତାରା ବାହୀନିପତି ।

କନକ ବ୍ୟୁରୋ: ଆସନ୍ତା କାଲିଠୁ ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ତାହା ସ୍ଥିର ହୋଇପାରିନାହିଁ। ଏହି ରେସରେ ତାରା ବାହିନୀପତି ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାରା । କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ ।

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ଏହାପୂର୍ବରୁ ଆଜିରେ ସର୍ବଦଳୀୟ ବୈଠକ ବସିବ। ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ ଅଧିବେଶନକୁ ସୁରୁଖୁରରେ ପରିଚାଳନା ଲାଗି ସହଯୋଗ ଲୋଡିବେ ବାଚସ୍ପତି। ଏହି ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ । ସେହିପରି ୨୩ ତାରିଖରେ ଉପବାଚସ୍ପତି ଲାଗି ନାମାଙ୍କନ ହେବ । ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୪ରେ ଫଳାଫଳ ଘୋଷଣା ହେବ । ୨୫ ତାରିଖରେ ମୋହନ ସରକାର ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିବେ । ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ ନିଜେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe