କିଏ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ? ଚର୍ଚ୍ଚାରେ ୩ ଆଇଏଏସ୍ ଅନୁପମ ଶାହା, ଅରିନ୍ଦମ ଡାକୁଆ ଓ ଦିଲ୍ଲୀପ ରାଉତରାୟ …

481

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କିଏ ହେବେ ବ୍ୟକ୍ତିଗତ ସଚିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରେସରେ ଏବେ ତିନି ଜଣଙ୍କ ନାଁ ସାମ୍ନାକୁ ଆସୁଛି। ଯୁବ ଆଇଏଏସ୍ ଅନୁପମ ଶାହା, ଅରବିନ୍ଦ ଡାକୁଆ ଓ ଦିଲ୍ଲୀପ ରାଉତରାୟଙ୍କ ନାଁ ଚର୍ଚ୍ଚାକୁ ଆସୁଛି। ହେଲେ ଚର୍ଚ୍ଚାର ସବୁଠୁ ଆଗରେ ଯୁବ ଆଇଏଏସ୍ ଅନୁପମ ଶାହା।

କିଏ ହେବେ ବ୍ୟକ୍ତିଗତ ସଚିବ?

ଏବେ ଜଗତସିଂହପୁର ଜିଲ୍ଲାପାଳ ଅଛନ୍ତି ଅନୁପମ

ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ

ଗଜପତିର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି

ବାଲିଗୁଡ଼ାର ଉପ-ଜିଲ୍ଲାପାଳ ଭାବେ କାମ ଆରମ୍ଭ କରିଥିଲେ

୨୦୧୨ରେ ୟୁପିଏସ୍‌ସି ଓଡ଼ିଶା ଟପ୍ପର ହୋଇଥିଲେ

ସର୍ବଭାରତୀୟ ସ୍ତରରେ ୩୪ ନମ୍ବର ରାଙ୍କ ରଖିଥିଲେ